କଟକ/୨୭/୦୩/୨୬/(ଆଧାର ମିଡିଆ-ପରମେଶ୍ବର ପରିଡ଼ା)-ଆଉ ମାତ୍ର ୩ମାସ ରହିଲା ବିଶ୍ୱପ୍ରସିଧଯ ରଥ ଯାତ୍ରା. ପବିତ୍ର ରାମ ନବମୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ଚିରଟ ପ୍ରକ୍ରିୟା। ପୁରୀ ଶ୍ରୀ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ କଟକ ଖପୁରିଆସ୍ଥିତ ସରକାରୀ କରତକଳରେ ଚିରଟ ଆରମ୍ଭ ହୋଇଛି।ମଝିରେ ଆଉ ୩ ମାସ ବାକିରହିଛି ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା.ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ରାମନବମୀ ରେ ତିଥିରେ ରଥକାଠ ଚିରଟ ଅନୁକୂଳ ହୋଇଛି। ପୁରୀରୁ ସ୍ୱତନ୍ତ୍ର ଗାଡ଼ିରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ପାଢୀଙ୍କ ସହ ଅନ୍ୟ ଅଧିକାରୀ ମାନେ ଆଜ୍ଞାମାଳ ଆଣି ଖପୁରିଆ ସ୍ଥିତ ସରକାରୀ କରତକଳରେ ଚିରଟ ହୋଇଛି। ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା କରିବା ପରେ ମେସିନସାହାଯ୍ୟରେ ଚିରଟ ହୋଇଛି। ଆଜ୍ଞାମାଳ ଆଣିବା ସମୟରେ ଝାଞ୍ଜ,ଘଣ୍ଟ ଫାଟି ପଡୁଥିଲା ସାରା ପରିବେଶ। ଏଥିସହ ଜୟ ଜଗନ୍ନାଥ, ହରିବୋଲ ସହ ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପରିବେଶ। ଯାହା କି ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
ତେବେ ଆଜିର ଦିନରେ ମହାପ୍ରଭୁଙ୍କ ରଥକାଠ ଚିରଟର ପରମ୍ପରା ରହି ଆସିଛି। ନୟାଗଡ଼ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ କାଠ ଅଣାଯାଇଥିଲା। କାଠ ଗୁଡିକ ମଧ୍ୟରୁ ଅସନ,ଧଉରା,ଫାଶୀ ଆଦି କାଠ ଆସିଛି। ଯାହାକି ସାଇଜ ହୋଇ ମେସିନ ସାହାଯ୍ୟରେ ଚିରଟ ହେବ। ଚିରଟ ଶେଷ ହେବାପରେ ପୁରୀକୁ ନିଆଯାଇ ପବିତ୍ର ଅକ୍ଷୀ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ହେବ। ତେବେ ଅନ୍ୟ ସରକାରୀ ସାମିଲ ଥିଲେ ମଧ୍ୟ ପୂର୍ବରୁ ଏହି ଖପୁରିଆ ସମିଲରେ ମହାପ୍ରଭୁଙ୍କ କାଠ ଚିରଟର ପରମ୍ପରା ରହିଆସିଛି। କାରଣ ଏହି ରାସ୍ତାଦେଇ ପୂର୍ବରୁ ପୁରୀଧାମକୁ ଯାତାୟାତ ରାସ୍ତାଥିଲା। ୩ ରଥର ମୁଖ୍ୟ ମହାରଣାଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରୀ,ବନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କାଠ ଚିରଟ ପ୍ରକ୍ରିୟା ଶେଷ ହେବାପରେ ଅକ୍ଷୀତୃତୀୟା ଦିନ ରଥକାଠ ଅନୁକୂଳ ପରେ ଖଳାରେ ଆରମ୍ଭ ହେବ ରଥ ନିର୍ମାଣକାର୍ଯ୍ୟ।
Recent Comments