କଟକ/୨୭/୦୩/୨୬/(ଆଧାର ମିଡ଼ିଆ-ପରମେଶ୍ବର ପରିଡ଼ା)-କଟକ ଅଗ୍ରଣୀ ସେବା ସଂଗଠନ ଆଶୀର୍ବାଦ ଫାଉଣ୍ଡେସନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆସନ୍ତା ରବିବାର ୨୯ ତାରିଖ ସକାଳ ୯ ଘଟିକା ସମୟରେ ସ୍ଥାନୀୟ ଅନ୍ଦରପୁର ସାଇବୃନ୍ଦାବନ ଗାର୍ଡେନ ପରିସରରେ ଅନୁଷ୍ଠିତ ହେବ। ଏଥିରେ କଟକ ମେୟର ସୁବାଷ ସିଂହ, ବିଧାୟକ ସୌଭିକ ବିଶ୍ୱାଳ, ଇଂ ସୋଫିଆ ଫିର୍ଦୋଷ, ଇଂ ପ୍ରକାଶ ସେଠି, କଟକସଦର ବ୍ଲକ ଚେୟାରମ୍ୟାନ ଭାଗ୍ୟଲକ୍ଷ୍ମୀ ରାଉତ,ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ,ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍,କର୍ପୋରେଟର ସୌଭାଗିନ ଜେନା, ଅରବିନ୍ଦ ଜେନା, ସୁଭାଶିଷ ପଟନାୟକ, ଗୋପାଳ ବେହେରା, ସମାଜସେବୀ ଇଂ ନଗେନ କୁମାର ମହାନ୍ତି, ଡ଼ା. ଭବାନୀ ପ୍ରସାଦ ପଣ୍ଡା, ଅନ୍ଦରପୁର ସାହି ଅଧିକାରୀ ପ୍ରମୋଦ କୁମାର ଭୋଳଙ୍କ ସମେତ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷମନେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସହିତ କରିବେ।
ଆମ୍ଭେ ପ୍ରଥମ ଥର ଏପରି ଏକ ମହତ କାର୍ଯ୍ୟକ୍ରମ ହାତକୁ ନେଉଛୁ ଓ ଏଥିରେ ଶହେରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହେବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଦେବଦତ୍ତ ଧଳ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି। ଆସନ୍ତୁ ସମସ୍ତେ ରକ୍ତଦାନ କରି ଜୀବନଦାତା ହେବା ଆଉ ଖରାଦିନେ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ବୋଲି ଆଶୀର୍ବାଦ ଫାଉଣ୍ଡେସନର ସଂଯୋଜକ ସାମ୍ବାଦିକ ସମୀର କର କହିଥିଲେ। ଫାଉଣ୍ଡେସନ ଆନୁକୂଲ୍ୟରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ କରାଯାଉଛି ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଖାଦ୍ୟ ବଣ୍ଟନ, ଅନାଥ ଆଶ୍ରମରେ ପିଲା ମାନଙ୍କୁ ଖାଦ୍ୟ ବଣ୍ଟନ ଓ ପାଠ ପଢିବାପାଇଁ ବହି ଖାତା ବଣ୍ଟନ,ଗୋସେବା,ବୋଲବମ ସେବା ଆଦି ଅନେକ ସେବା କାର୍ଯ୍ୟକ୍ରମ କରାଯାଉଛି
ଆଗକୁ ଆହୁରି ଅନେକ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଫାଉଣ୍ଡେସନର ବରିଷ୍ଠ ସଭ୍ୟ ବୀର କିଶୋ ର ସାହୁ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ମାଗୁଣୀ ଚରଣ ଦାସ, ସମ୍ପାଦକ ବିଶ୍ୱରଂଜନ ସାହୁଙ୍କ ସମେତ ଫାଉଣ୍ଡେସନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
Recent Comments