logo
add image
କଳା,ସାହିତ୍ୟ,ସଂସ୍କୃତି ଓ ପର୍ବ ଉଦନ୍ତୀ ମହୋତ୍ସବ ଉଦଘାଟିତ.

କଳା,ସାହିତ୍ୟ,ସଂସ୍କୃତି ଓ ପର୍ବ ଉଦନ୍ତୀ ମହୋତ୍ସବ ଉଦଘାଟିତ.

ସିନାପାଲି/ନୂଆପଡା/୨୮/୦୩/୨୬/(ଆଧାର ମିଡ଼ିଆ /ରିପୋର୍ଟ-ହେରମ୍ବ ମେହେର)- ସିନାପାଲି ଅଞ୍ଚଳର କଳା, ସାହିତ୍ୟ,ସଂସ୍କୃତି,ଐତିହ୍ୟ ତଥା ପରମ୍ପରାର ଗାଥା ଗାଉଥିବା ଉଦନ୍ତୀ ମହୋତ୍ସବର ଶୁଭ ଉଦଘାଟିତ ହୋଇଯାଇଛି ! ଉତ୍ସବ ପାଳନ କମିଟିର ଉପଦେଷ୍ଟା ରବୀନ୍ଦ୍ର ନାଥ ଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲିମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାସ,ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଶଶୀଭୂଷଣ ମାଝୀ,ସିନାପାଲି ବ୍ଲକ ଉପଧକ୍ଷ୍ୟା ମୀନା ଘିଭେଲା, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ,ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମସିଲା ନାଗ, ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ, ପୁଷ୍ପାଞ୍ଜଳି ଗୁଆଲ୍,ସିନାପାଲି ସରପଞ୍ଚ ସୁନୀତା ମେହେର,ସିନାପାଲି ଗୋଷ୍ଠୀ ଚିକିତ୍ସାଧିକାରୀ ଶ୍ରୀମାନ ସାହୁ, ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଖଡ଼ିଆଳ ଡିଏଫ୍ଓ ଅଜିଜ ଖାନ ପ୍ରମୁଖ ମଞ୍ଚାଷିନ ଥିଲେ ! ଅତୁଳ ପାତ୍ର ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ପରିଚୟ ପ୍ରଦାନ କରିଥିଲେ ! ସଭାକାର୍ଯ୍ୟ ପରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍ ସୁବାସ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ! ଚଳିତ ବର୍ଷ ଉତ୍ସବ ପାଳନ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି !

Recent Comments

Leave Comments

Top