logo
add image
ଧୁମ୍ ଧାମ ର ସହିତ ପାଳନ ହେଲା ଯୋଡ଼ା ସହରରେ ରାମ ନବମୀ ଉତ୍ସବ

ଧୁମ୍ ଧାମ ର ସହିତ ପାଳନ ହେଲା ଯୋଡ଼ା ସହରରେ ରାମ ନବମୀ ଉତ୍ସବ

ଯୋଡ଼ା/କେନ୍ଦୁଝର/୨୮/୩/୨୦୨୬(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର) ଓଡ଼ିଶା ର କୁବେର ପୁର ବୋଲାଉଥିବା ଖଣିଜ ବହୁଳ ସହର କେନ୍ଦୁଝର ଜିଲ୍ଲା ର ଯୋଡ଼ା ବନେଇକଳା ଠାରେ ରେ ଶ୍ରୀ ରାମ ନବମୀ ଉତ୍ସବ ଖୁବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଏହି ଅବସରରେ ଯୋଡ଼ା ପୌରାଞ୍ଚଳ ଦକ୍ଷିଣ ମୁଖି ହନୁମାନ ମନ୍ଦିର ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଥିବା ପୂର୍ବମୁଖୀ ହନୁମାନ ମନ୍ଦିର ପରିସରରେ ଦୁଇଦିନ ପୂର୍ବରୁ ବିଧି ଅନୁଯାୟୀ ପୂଜାବିଧି ଓ ହୋମଯଜ୍ଞ  କରାଯାଇଥିଲା।୨୭ ତାରିଖ ସକାଳେ ସଂକୀର୍ତ୍ତନ ପୂଜାର୍ଚ୍ଛନା ସହିତ ପ୍ରଭୁ ଶ୍ରୀ ରାମ ଙ୍କର ଜନ୍ମ ଉତ୍ସବ ଓ ଯଜ୍ଞ ସମାପନ ହୋଇଥିଲା।ଏହା ପରେ ହନୁମାନ ଙ୍କ ଝଣ୍ଡା କୁ ନେଇ ଭକ୍ତମାନେ ଯୋଡ଼ା ସହରର ବିଭିନ୍ନ ମନ୍ଦିରକୁ ପରିକ୍ରମା ଶୋଭାଯାତ୍ରା କରିଥିଲେ ଓ ଜୟ ଶ୍ରୀ ରାମ ନାମ ଧ୍ୱନି ଉଚ୍ଚାରଣ କରିଥିଲେ।ଯୋଡ଼ା ନଗର ବିଶ୍ବ ହିନ୍ଦୁ ପରିଷଦ ସଭାପତି ଶ୍ରୀ ରଞ୍ଜିତ ମହାକୁଡ଼ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରକାର ପାରମ୍ପରିକ ଆଖଡ଼ା, ନୃତ୍ୟ,ଘୋଡ଼ା ନାଚ,ଆଦିବାସୀ ନୃତ୍ୟ,ହରେକୃଷ୍ଣ ହରେ ରାମ ସଙ୍ଗୀତ ଆଦି ସନାତନ ହିନ୍ଦୁ ପରମ୍ପରାକୁ ବଜାୟ ରଖିବା ପାଇଁ ଓ ଆଗକୁ ନେବା ପାଇଁ ଅୟୋଜନ କରିଥିଲେ। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଯୋଡ଼ା ସହର ର ବିଭିନ୍ନ ଛକ ମାନଙ୍କରେ ଜିଲ୍ଲା ପୋଲିସ ପ୍ରଶାସନ ଦ୍ବାରା ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସି ସି ଟିଭି କ୍ୟାମେରା ଲଗାଯାଇଥିଲା।ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କ ନିମନ୍ତେ ଘୋଳ ଦହି,ପଣା, ତରଭୁଜ,ସରବତ ଆଦି ବଣ୍ଟନ  କରାଯାଇଥିଲା।ଚମ୍ପୁଆ ଉପ-ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡା, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା,ଏସ୍ ଡି ପି ଓ  ଦେବେନ୍ଦ୍ର ନାଥ ପିଙ୍ଗୁଆ,ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,କେନ୍ଦୁଝର ଜିଲ୍ଲା ସାଂସଦ ପ୍ରତିନିଧି ଅଗନୁ ଚରଣ ମହାନ୍ତ,ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଘନଶ୍ୟାମ ମହାନ୍ତ, ଆଶାର ଦ୍ୱାର ଫାଉଣ୍ଡେସନ ନିର୍ଦ୍ଦେଶକ ବିଜୟ ମହାକୁଡ଼,ସମାଜସେବୀ ସଞ୍ଜୟ ପାତ୍ର ଆଦି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଭବ୍ୟ ଶୋଭାଯାତ୍ରା ରେ ଷାଠିଏ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇଥିବା ବେଳେ ଯୋଡ଼ା ସହର ଜନ ସମୁଦ୍ରରେ ପରିଣତ ହୋଇଥିଲା।ଜୟ ଶ୍ରୀ ରାମ ନାମ ନାରାରେ ସମଗ୍ର ଯୋଡ଼ା ସହର ମୁଖରିତ ହୋଇ ଉଠିଥିଲା,ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋହଦୟ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ା ବନେକଳା ରାମ ନବମୀ ଉତ୍ସବର ସିଧା ପ୍ରସାରଣ ଦେଖିବା ସହିତ ସମସ୍ତ ରାମ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ସମସ୍ତ ଦାୟିତ୍ଵ ରେ ଥିବା ହିନ୍ଦୁ ସଙ୍ଗଠନ ଓ କାର୍ଯକର୍ତ୍ତା ଖୁବ ପ୍ରଶଂସା କରିଥିଲେ। କେନ୍ଦୁଝର ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଶ୍ରୀ କୁସଲକର ନୀତିନ ଡଗୁଡୁ ମଧ୍ୟ ଯୋଡ଼ା ରାମ ଉତ୍ସବ ରେ ସୁରକ୍ଷା ଦାୟିତ୍ୱ ନିଷ୍ଠାର ସହିତ ପାଳନ କରିଥିଲେ, ଏହା ସହିତ ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ମଧ୍ୟ ତାଙ୍କର ଦାୟିତ୍ୱ ସୁଚାର ରୂପରେ ତୁଲାଇଥିବାରୁ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଶ୍ରୀ ମହାକୁଡ଼ ସମସ୍ତ ପୋଲିସ ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଥିଲେ। ଏହା ସହିତ ଯେତେବେଳେ ସମଗ୍ର ଯୋଡ଼ା ବାସିନ୍ଦା ରାମ ନବମୀ ଉତ୍ସବ ରେ ବ୍ୟସ୍ତ ଥିଲା ସେତେବେଳେ ପୋଲିସ ପ୍ରଶାସନ ଯୋଡ଼ା ସହରକୁ ମଧ୍ୟ ଦୃଷ୍ଟି ରେ ରଖି କୌଣସି ଚୋରି ନହେବାକୁ ସଜାଗ ଥିଲା।

Recent Comments

Leave Comments

Top