logo
add image
ଆଶୀର୍ବାଦ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର, ୧୨୦ୟୁନିଟ ରକ୍ତ ସଂଗୃହିତ 

ଆଶୀର୍ବାଦ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର, ୧୨୦ୟୁନିଟ ରକ୍ତ ସଂଗୃହିତ 

କଟକ/୨୯/୩/୨୬/(ଆଧାର ମିଡ଼ିଆ)-କଟକର ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ଫାଉଣ୍ଡେସନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ରବିବାର ସ୍ଥାନୀୟ ଅନ୍ଦରପୁର ସାଇବୃନ୍ଦାବନ ଗାର୍ଡେନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିର୍ଦୋଷ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ କଟକ ମେୟର ସୁବାଷ ସିଂହ,ବିଧାୟକ ସୌଭିକ ବିଶ୍ୱାଳ,ବିଧାୟକ ଇଂ ପ୍ରକାଶ ସେଠି,ଡାକ୍ତର ଉମେଶ ରାୟ,ଡାକ୍ତର ନିରଞ୍ଜନ ତ୍ରିପାଠୀ,ଡାକ୍ତର ଭବାନୀ ଶଙ୍କର ପଣ୍ଡା,ଜୋନ ୪ ପୋଲିସ ଏସିପି ଅମିତାଭ ମହାପାତ୍ର,ଇଂ ଏନ. କେ. ମହାନ୍ତି, କର୍ପୋରେଟର ସୌଭାଗିନ ଜେନା,ଅରବିନ୍ଦ ଜେନା,ଇଂ ସୁବ୍ରତ ଘଡ଼ାଇ, ଏମଡ଼ିଏ ସଭାପତି ସଞ୍ଜୟ ଜେନା,ଫ୍ରିଡମ ଅଏଲର ରାଜ୍ୟ ମୁଖ୍ୟ ଅମୀୟ ଧଳ,ବିଜେପି ନେତା ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ଶାନ୍ତି ମହିଳା କ୍ଲବର ମମତା ରାଉତରାୟ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସ।ହିତ କରି ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ।
ଏଥିରେ ୧୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ଦରପୁର ସାହି ଅଧିକାରୀ ପ୍ରମୋଦ କୁମାର ଭୋଳ, ଫାଉଣ୍ଡେସନର ପ୍ରତିଷ୍ଠାତା ଦେବଦତ୍ତ ଧଳ, ଫାଉଣ୍ଡେସନର ସଂଯୋଜକ ସାମ୍ବାଦିକ ସମୀର କର,  ଫାଉଣ୍ଡେସନର ହିତେଇଶି ବରିଷ୍ଠ ସଭ୍ୟ ବୀରକିଶୋର ସାହୁ, ସଭାପତି ମାଗୁଣୀ ଚରଣ ଦାସ, ସମ୍ପାଦକ ବିଶ୍ୱରଂଜନ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ସାମଲ, ସରୋଜ ରାଉତ,ପ୍ରଭାକର ବେହେରା ବିନୋଦ ବେହେରା,ଚିତ୍ତରଞ୍ଜନ ନାଏକଙ୍କ  ସମେତ ଫାଉଣ୍ଡେସନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ରେଡକ୍ରସ ସହାୟତାରେ ରକ୍ତଦାନ ଶିବରଟି ସମ୍ପନ୍ନ ହୋଇଥିଲା।

Recent Comments

Leave Comments

Top