ସୁବର୍ଣ୍ଣପୁର/୨୯/୦୩/୨୦୨୬/(ଆଧାର ମିଡ଼ିଆ)-ଚିତ୍ତଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡିଶା ଶାଖା ମା' ଘରପକ୍ଷରୁ ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ମେଗା ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ,ଏସ .ପି .ଶ୍ରୀ ନାରାୟଣ ନାଏକ ଉଦଘାଟନ କରିଥିଲେ l ସୋନପୁର ସିଡିଏମ ପି ଏଚ୍ଚ ଓ ଡାକ୍ତର ଉଷାରଣୀ ଦାସ ଅତିଥି ଭାବେ ଯୋଗଦେଇଥିଲେ lଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସସିବି ମେଡିକାଲ କଲେଜର ପୂର୍ବତନ ଅଧକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦାତ୍ତେଶ୍ୱର ହୋତାଙ୍କ ପୃଷ୍ଠପୋଷକତାରେ ଏ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ କଟକ,ଭୁବନେଶ୍ୱର,ଓ ବଲାଙ୍ଗୀରର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞ ୧୦ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥଲେ l
ରୋଗୀମାନଙ୍କ ଚକ୍ଷୁପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ,ଚଷମା ପ୍ରଦାନ ସହ ଖାଦ୍ୟ ଦିଆଯାଇଥିଲା l ଭିନ୍ନକ୍ଷମ,ବୁଢ଼ା, ବୁଢୀଙ୍କ ଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ରୋଗୀମାନେ ଆସି ଚିକିତ୍ସା କରାଇଥିଲେ l ବିଭିନ୍ନ ବର୍ଗର ୩୨୦ ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟର ଚିକିତ୍ସା କରିଥିଲେ l ସତ୍ୟଜିତ ନାୟକ ନେତୃତ୍ୱରେ ଟ୍ରଷ୍ଟର କର୍ମକର୍ତ୍ତା ଓ ସ୍ବେଛାସେବୀ ସହାୟତା କରିଥିଲେ l ଆଗାମୀ ଦିନରେ ବି ଏହିପରି ସେବା ଜାରିରହିବ ବୋଲି ଡାକ୍ତର ହୋତା କହିଛନ୍ତି l
Recent Comments