logo
add image
ବିଜୁ ପଟ୍ଟନାୟକଙ୍କ ଉପରେ  ହିନ ମନ୍ତବ୍ୟ ବିରୋଧରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫରୁ ଦୁବେଙ୍କ କୁଶପୁତ୍ତଳିକା ଦାହ ।

ବିଜୁ ପଟ୍ଟନାୟକଙ୍କ ଉପରେ  ହିନ ମନ୍ତବ୍ୟ ବିରୋଧରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫରୁ ଦୁବେଙ୍କ କୁଶପୁତ୍ତଳିକା ଦାହ ।

ସୁବର୍ଣ୍ଣପୁର/୦୧/୦୪/୨୦୨୬/(ଆଧାର ମିଡ଼ିଆ)- ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ତରଫରୁ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ।ଝାଡ଼ଖଣ୍ଡ ରାଜ୍ୟ ଗୋଡ୍ଡା ଆସନର ଲୋକସଭା ସାଂସଦ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କୁ CIA ଏଜେଣ୍ଟ କହି ଅପମାନ କରିଥିବା କହି ଦୃଢ଼ନିନ୍ଦା କରିଛି ସୁବର୍ଣ୍ଣପୁର ବିଜେଡି। ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ଛକରେ ଏକତ୍ରିତ ହୋଇ ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୯୬୨ ଚିନ ଯୁଦ୍ଧବେଳେ ନେହେରୁ ସରକାର ଓ CIA ମଧ୍ୟରେ ମଧ୍ୟସ୍ଥତା କରିଥିବା କହି ହିନ ମନ୍ତବ୍ୟ ଦେଇଥିବା କହି ବିଜେପି ଓ ବିଜେଡ଼ି ସାମ୍ନା ସାମ୍ନୀ ହୋଇଛନ୍ତି।
ବିଜୁ ବାବୁ ଜଣେ ଜାତୀୟ ସ୍ତରର ନେତା ସହ ଇଣ୍ଡୋନେସିଆରେ ମଧ୍ୟ ଭୂମିପୁତ୍ର ଉପାଧିରେ ଭୂଷିତ ହୋଇ ଦେଶପାଇଁ ଗୌରବ ଆଣିଥିବା ବେଳେ ଦୂବେଙ୍କ ଏପରି ମନ୍ତବ୍ୟକୁ ନିନ୍ଦାକରି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି କର୍ମୀ। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଅଶୋକ ନନ୍ଦ,ନାରାୟଣ ଲୁହା,କଇଁରୁ ସ୍ୱାଇଁ, ପୀୟୂଷ ପଣ୍ଡା,ଶ୍ୱାସତ କୁମାର ମିଶ୍ର, ଅଭିଷେକ ଶର୍ମା,ଦେବାଶିଷ ପଟ୍ଟନାୟକଙ୍କ ସହ ସୋନପୁର,ବିନିକା ଓ ବିରମହା ରାଜପୂର ସହ ସମସ୍ତ ବ୍ଲକରୁ ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Recent Comments

Leave Comments

Top