logo
add image
ବଲାଣିରେ ଉତ୍କଳ ଦିବସ ପାଳିତ l 

ବଲାଣିରେ ଉତ୍କଳ ଦିବସ ପାଳିତ l 

ବଲାଣି/ବଡବିଲ/୧/୪/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଠାରେ ବୁଧବାର ଦିନ ଖୁବ ହର୍ଷ ଉଲ୍ଲାସର ସହିତ ଉତ୍କଳ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ବଲାଣି ଖଣି ର ଉତ୍କଳ ଦିବସ ପାଳନ ସମିତି ପକ୍ଷରୁ ବିଶେଷ ଆୟୋଜନ କରାଯାଇଥିଲା l ସର୍ବପ୍ରଥମେ ପ୍ରଭାତଫେରିରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହ ବିଭିନ୍ନ୍ ସ୍ଲୋଗାନ ଦେଇ ସମସ୍ତେ ନଗର ପରିକ୍ରମା କରିବା ପରେ ବଲାଣି ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ରେ ଟାଉନ ସିପରେ ଥିବା ସ୍ଵାଧୀନତା ସଂଗ୍ରାମୀ ତଥା ସମାଜର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l
ଏହି ଅବସରରେ ବଲାଣି ଲୌହ ଖଣିର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ମଲ୍ଲା ଶ୍ରୀନିବାସୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ l ସମ୍ମାନୀୟ ଅତିଥି ଭାବେ ବଲାଣି ଖଣିର ବିଭିନ୍ନ ବିଭାଗର ଅଧିକାରୀ,ବଲାଣି ମହିଳା ସମିତିର ସମସ୍ତ ସଦସ୍ୟ,ସ୍ବେଛାସେବୀ ସଂଗଠନ, ଶ୍ରମିକ ସଂଘର ପ୍ରତିନିଧି,ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ବ୍ୟକ୍ତି ବିଶେଷ ଯୋଗ ଦେଇ ମାଲ୍ୟାର୍ପଣ କରିଥିବା ବେଳେ ପରେ ବଲାଣି ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l
ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଜେ ଏନ ଆର ସି କ୍ଲବ ପ୍ରାଙ୍ଗଣ ରେ ବଲାଣି ଖଣିର ଉତ୍କଳ ଦିବସ ପାଳନ ସମିତି ପକ୍ଷରୁ ଓଡ଼ିଶୀ ନୃତ୍ୟ ସଙ୍ଗୀତ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଏଠାରେ ସ୍ଥାନୀୟ ମହିଳା ମାନଙ୍କ ଦ୍ଵାରା ଓଡ଼ିଆ ସମାଜ ର ବିଭିନ୍ନ ପ୍ରକାରର ପିଠା ପଣା ତିଆରି କରି ଉଠା ଖାଇବା ଦୋକାନ ର ଆୟୋଜନ କରାଯାଇଥିଲା l ଓଡ଼ିଶା ର ବିଭିନ୍ନ ପ୍ରାନ୍ତର ପିଠା ପଣା ଖାଇ ସ୍ଥାନୀୟ ଲୋକମାନେ ଖୁବ ମଜା ନେଉଥିବାର ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା ସହଯୋଗରେ ଉତ୍କଳ ଦିବସ ପାଳନ ସମିତିର ସଭାପତି ଶ୍ରୀ ବୁଦ୍ଧଦେବ ନାୟେକ୍ ଙ୍କ ସହ ଡା. ଟି.ସୋରେନ, ଶ୍ରୀ ରାଜେନ୍ଦ୍ର ଖଟୁଆ, ଶ୍ରୀ ପ୍ରଶାନ୍ତ ଦାସ, ପିତବାସ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ କମଳ ଲୋଚନ ମହାନ୍ତି, ମହାଜନ ଚୌଧୁରୀ,ରୂପକ କୁମାର ଦାସ, ଶ୍ରୀନିବାସ ପଣ୍ଡା, କୁନା ମହାନ୍ତି, ଦେବବ୍ରତ ଜେନା,ବିଜନ,ବସନ୍ତ ଗିରି,ବିଜନ ମୁଣ୍ଡା ,ପ୍ରମୁଖ ଯୋଗ ଦେଇଥିଲେ l

Recent Comments

Leave Comments

Top