କଟକ/୦୧/୦୪/୨୦୨୬/(ଆଧାର ମିଡ଼ିଆ)-ଜଗତପୁର ୪୯ନଂ ୱାର୍ଡ ଅନ୍ତର୍ଗତ ନାନକାର୍ ଗାନ୍ଧୀନଗର କମ୍ୟୁନିଟି ସେଣ୍ଟର ଠାରେ ବିଚାର କ୍ରାନ୍ତି ଅଭିଯାନ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଟ୍ରଷ୍ଟ ସଭାପତି ଯୋଗେନ୍ଦ୍ର କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିବିରକୁ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ସିଏମସି ଡେପୁଟି-ମେୟର ଦମୟନ୍ତୀ ମାଝୀ,ଜଗତପୁର ଟ୍ରକ୍ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା,ପୂର୍ବତନ କର୍ପୋରେଟର ନବକିଶୋର ସ୍ବାଇଁ ଓ ବିଚିତ୍ର ନନ୍ଦଜେନା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
କେନ୍ଦ୍ରୀୟ ରେଡକ୍ରସ୍ ଡାକ୍ତର ରଘୁନାଥ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ମୋଟିଭେଟର ଭାଗ୍ୟଧର ସାହୁ,ଷ୍ଟାଫନର୍ସ ସଚିତା ନାୟକ ଶିବିର ପରିଚାଳନା କରିଥିଲେ। ଏହି ଶିବିରରୁ ମୋଟ ୨୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ପରିଚାଳନାରେ ଗାନ୍ଧୀନଗର ଆବାସିକ ସଂଘର ସଭାପତି ପ୍ରତାପ କୁମାର ମିଶ୍ର,ସମ୍ପାଦକ ଗୌରାଙ୍ଗ ପାତ୍ର,ବିଜୟ କୁମାର ମହାପାତ୍ର,ନରହରି ମହାରଣା, ନାରାୟଣ ସେଠୀ ଏବଂ ଟ୍ରଷ୍ଟ ପକ୍ଷରୁ ସୁଧାଂଶୁ ସାହୁ,ସୀତାଂଶୁ ମୋହାରଣ ଓ ଶୁଭଙ୍କର ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Recent Comments