କଟକ/୦୨/୦୪/୨୬/(ଆଧାର ମିଡ଼ିଆ)-ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ଆମ୍ଭେ କଟକ ନିର୍ବାଚନ ମଣ୍ଡଳୀର ଯୁବ ଓ ଛାତ୍ର କମିଟିର କର୍ମକର୍ତ୍ତା ଚୌଦ୍ବାର-କଟକବାସୀଙ୍କ ପ୍ରିୟନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ, ଦଳପତିଙ୍କୁ ସତ୍ୟ କହିବା ଦ୍ବାରା ଦଳପତି ତାଙ୍କୁ ବହିଷ୍କୃତ କରିଛନ୍ତି । ଯେଉଁ ଅନ୍ୟାୟ ନିଷ୍ପତ୍ତି ଗ୍ରହଣ କରି ତାଙ୍କୁ ବହିଷ୍କୃତ କରିଛନ୍ତି,ତାହା ଆମ୍ଭ ସମସ୍ତଙ୍କ ମନୋବଳକୁ ଗଭୀର ଆଘାତ ଦେଇଛି।ଯେଉଁ ନେତା ନିଜର ରକ୍ତ ଓ ଝାଳ ଦେଇ ଚୌଦ୍ୱାର-କଟକ ମାଟିରେ ଦଳକୁ ସୁଦୃଢ଼ କରିଥିଲେ, ତାଙ୍କ ପ୍ରତି ଏପରି ଅଗଣତାନ୍ତ୍ରିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ଆମ୍ଭେ ସହ୍ୟକରିପାରିଲୁ ନାହିଁ। ଆଜି କଟକ ବକ୍ସି ବଜାର ଠାରେ ସର୍କିଟ ହାଉସ ଠାରେ ନିଜର ଆଦର୍ଶ ନେତାଙ୍କ ସମ୍ମାନ ରକ୍ଷା କରିବା ପାଇଁ ଏବଂ ଏହି ଅନ୍ୟାୟ ବିଚାରର ପ୍ରତିବାଦ ସ୍ବରୂପ, ଆମ୍ଭେ ସମସ୍ତ କର୍ମକର୍ତ୍ତା ଆଜି ବିଜୁ ଜନତା ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଭ୍ୟପଦରୁ ସମୂହ ଇସ୍ତଫା ପ୍ରଦାନ କଲୁ।
Recent Comments