logo
add image
କଣିହାଁ ଏନଟିପିସି ବିଦ୍ୟୁତ ପ୍ରକଳ୍ପ ତରଫରୁ ଉତ୍କଳ ଦିବସ ପାଳିତ

କଣିହାଁ ଏନଟିପିସି ବିଦ୍ୟୁତ ପ୍ରକଳ୍ପ ତରଫରୁ ଉତ୍କଳ ଦିବସ ପାଳିତ

କଣିହାଁ/0୩/0୪/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା ଏନଟିପିସି  କଣିହାଁ  ପକ୍ଷରୁ ଓଡ଼ିଶା  ସ୍ଥାପନା ଦିବସ ଅବସରରେ ଉତ୍କଳ ଦିବସ ଉତ୍ସବ ଉଦଯାପିତ ହୋଇଛି। ଏହି ଅବସରରେ ଏନଟିପିସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ.ଏନ୍‌. ରେଡ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ ହୋଇଥିବାବେଳେ ପରେ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ର ସଜୀବ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ମୁଖ୍ୟ ବକ୍ତା ଉତ୍କଳ ଦିବସର ଐତିହାସିକ ଗୁରୁତ୍ୱ ଓ ମହତ୍ତ୍ୱ ଉପରେ ଆଲୋକ ପାତ କରିଥିଲେ।ଉତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପାରମ୍ପରି କତାକୁ ଓଡ଼ିଶୀ,ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।
ଏହି ଅବସରରେ ଏନଟିପିସିର ବରିଷ୍ଠ କର୍ମକର୍ତ୍ତାମାନେ,ଡିସି (ସିଆଇଏସଏଫ), ତନଭି  ସଙ୍ଗମ ସଦସ୍ୟ, ୟୁନିଅନ ଓ ସଂଘ ପ୍ରତିନିଧି ସହ କଣିହାଁ  ଟାଉନଶିପର ବାସିନ୍ଦା ମାନେ ଉପସ୍ଥିତ ଥିଲେ।ଉତ୍କଳ ଦିବସ ଅବସରରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିବାବେଳେ ସ୍ଥାନୀୟ ସଂସ୍କୃତି ପ୍ରଚାର ପାଇଁ ଝୋଟି-ଚିତା, ପିଠା ପ୍ରତିଯୋଗିତା, ଶଙ୍ଖ ଧ୍ୱନି ଓ ହୁଳ ହୁଳି ପରି ଓଡିଶାର ପାରମ୍ପରିକ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ସଚେତନତା ବୃଦ୍ଧି କରିବା।
 

Recent Comments

Leave Comments

Top