logo
add image
ନକଲି ନିଯୁକ୍ତି ପତ୍ରନେଇ ସତର୍କକଲା ଏନଟିପିସି କଣିହାଁ .ଠକେଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟର ଚେତାବନୀ

ନକଲି ନିଯୁକ୍ତି ପତ୍ରନେଇ ସତର୍କକଲା ଏନଟିପିସି କଣିହାଁ .ଠକେଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟର ଚେତାବନୀ

କଣିହାଁ/0୩/୦୪/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା ଏନଟିପିସି ତାଳଚେର କଣିହାଁ ପକ୍ଷରୁ ଜନସାଧାରଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରାଯାଇଛି। କିଛି ଅସାମାଜିକ ତତ୍ତ୍ୱ ଏନଟିପିସିର ବରିଷ୍ଠ ଅଧିକାରୀମାନଙ୍କ ସହି ନକଲ କରି ଲୋକଙ୍କୁ ଫେକ ନିଯୁକ୍ତି ପତ୍ର ପ୍ରଦାନ କରୁଥିବା ଘଟଣା ପ୍ରଶାସନଙ୍କ ଦୃଷ୍ଟିଗୋଚର ହୋଇଛି।
କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏପରି କୌଣସି ଖାଲିଥିବା ପଦବୀ ଏବଂ ନିଯୁକ୍ତି ପତ୍ର ସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ ଏବଂ ସୋସିଆଲ ମିଡ଼ିଆରେ ଚାଲିଥିବା ଏହି ସର୍କୁଲାର ସମ୍ପୂର୍ଣ୍ଣ ମିଥ୍ୟା ,ଅବୈଧ ଓ ଅଧିକୃତ ନୁହେଁ।ଏନଟିପିସିର ନିଯୁକ୍ତି ପ୍ରକ୍ରିୟା ସଦା କେନ୍ଦ୍ରୀକୃତ ଓ ପାରଦର୍ଶୀ ଭାବେ କେବଳ ଅଧିକୃତ ୱେବସାଇଟ୍‌ ଏବଂ ପ୍ରମୁଖ ଗଣ ମାଧ୍ୟମରେ ଘୋଷଣା କରାଯାଏ।
ସେହିପରି,ସାଧାରଣ ଲୋକମାନଙ୍କୁ ଏପରି ଫେକ ଭୁଆଁ ବୋଳା ସୂଚନା ଉପରେ ପାଠକ ମାନେ ଭରସା ନକରି ସତର୍କ ରହିବାକୁ ଏନଟିପିସି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଘଟଣାକୁ ଗୁରୁତ୍ୱ ସହ ନିଆଯାଇଥିବା ବେଳେ ଜଡିତଥିବା ବ୍ୟକ୍ତିମାନଙ୍କ ବିରୋଧରେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନୀ ଜଣାଇଛି। ଏହା ସହିତ, ଅନଧିକୃତ ବ୍ୟକ୍ତି କିମ୍ବା ଠକେଇ ମୂଳକ ନିଯୁକ୍ତି କାର୍ଯ୍ୟକଳାପ ସହ ସମ୍ପର୍କ ରଖି କୌଣସି ପ୍ରକାର ର କ୍ଷତି ବା ହାନି ଘଟିଲେ, ତାହା ପାଇଁ ଏନଟିପିସି କଣିହାଁ ଦାୟୀ ରହିବ ନାହିଁ ବୋଲି ପ୍ରେସ ଇସ୍ତାହାରରେ ପ୍ରକାଶ କରିଛି ।

Recent Comments

Leave Comments

Top