logo
add image
ଓଡ଼ିଆରେ ନାମଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ । 

ଓଡ଼ିଆରେ ନାମଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ । 

ଗୁଣପୁର/୦୪/୦୪/୨୦୨୬/(ଆଧାର ମିଡ଼ିଆ)-ଶ୍ରମ ବିଭାଗ ତରଫରୁ ଓଡ଼ିଆ ପକ୍ଷପାଳନ ଅବସରରେ ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ଓଡ଼ିଆ ପକ୍ଷ ଅବସରରେ ଚଳିତ ଏକ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାର ଗୌରବ ପ୍ରସାର ପ୍ରଚାର ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସ୍ୱରୂପ ଆଜି ଗୁଣପୁର ସାଧୁ ପାଉଲ ପ୍ରାଥମିକ ବିଦ୍ୟାଳୟରୁ ଏକ ସଚେତନ ଶୋଭାଯାତ୍ରା ଆରମ୍ଭ ହୋଇ ସହର ସାରା ବୁଲି ବିଭିନ୍ନ ଅନୁଷ୍ଠାନ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନ କରାଯାଇଥିଲା ।
ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ଓ ବାଣିଜ୍ୟିକ ଅନୁଷ୍ଠାନ ଓଡ଼ିଆ ଫଳକ ଲେଖି ନଥିବା ଯୋଗୁଁ ଜରିମାନା ମଧ୍ୟ ଆଦାୟ କରାଯାଇଥିବା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଆଜିର ଏହି ଶୋଭାଯାତ୍ରାକୁ ସହକାରୀ ଶ୍ରମ ଅଧିକାରୀ ସ୍ୱାତୀଲଗ୍ନା ପାଦ୍ରା, ସାଧୁ ପାଉଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ପ୍ରଧାନ, ଅନନ୍ତ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରାକୁ ଶିକ୍ଷକ ମଜେଶ ଶବର, ଶିକ୍ଷୟତ୍ରୀ ସଞ୍ଜିତା ଶବର, କର୍ମ ନିୟୋଜନ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଦିଲ୍ଲୀପ ପଣ୍ଡା, ଶ୍ରମ କାର୍ଯ୍ୟାଳୟର ଭାସ୍କର ପଟ୍ଟନାୟକ, ଏନ ସୁନୀଲ ପ୍ରମୁଖ ପରିଚାଳନା କରିଥିଲେ ।

Recent Comments

Leave Comments

Top