ସୁବର୍ଣ୍ଣପୁର/୦୫/୦୪/୨୦୨୬/(ଆଧାର ମିଡ଼ିଆ)-ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଅନ୍ତର୍ଗତ ହରଡଖୋଲ ଠାରେ ଜନଗଣନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଗଣନା ଅଧିକାରୀ ବିକ୍ରମ କୁମାର ନନ୍ଦଙ୍କ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଡିଏମ୍ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗଦେଇ ଜନଗଣନାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ସୋନପୁର ଜନଗଣନା ଅଫିସର ତଥା ତହସିଲଦାର ଜି. ରଶ୍ମୀରେଖା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଶିକ୍ଷକ ତଥା ଜନଗଣନାକାରୀ ବିକ୍ରମ କୁମାର ନନ୍ଦଙ୍କ ଦ୍ୱାରା ରଚିତ ଜନଗଣନା ସଚେତନତା ଧର୍ମୀ ଗୀତକୁ ପାରମ୍ପରିକ ନଚନିଆ ଶତ୍ରୁଘ୍ନ ବଗର୍ତ୍ତି, ଗରିବ ମଲ୍ଳିକ ନୃତ୍ୟ ପରିବେଷଣ ମାଧ୍ୟମରେ ଗାନ କରିଥିବା ବେଳେ ଅର୍ଜୁନ ଦୀପ ଓ ତାଙ୍କର ସାଥୀ ପାରମ୍ପରିକ ବାଦ୍ୟ ଯନ୍ତ୍ର ଲୋକଙ୍କ ମନ ମୋହି ସଚେତନତା କରାଇଥିଲା। ହରଡଖୋଲ ଫାଣ୍ଡି ଅଧିକାରୀ ରାଜ କିଶୋର ବାରିକ, ସ୍ଥାନୀୟ ସରପଞ୍ଚ ମୋହନ କର୍ମୀ, ସମିତି ସଭ୍ୟ ମନୁରାଜ କର୍ମୀ, ସୋନପୁର ତହସିଲର ଜନଗଣନା ସହାୟକ ବିଶ୍ବ ଭୂଷଣ ମହାପାତ୍ର ତଥା ଅନ୍ୟାନ୍ୟ କର୍ମଚାରୀ, ସ୍ବେଚ୍ଛାସେବୀ ବ୍ୟାସଦେବ ନନ୍ଦ, ବିକାଶ ରଥ, ପ୍ରଶାନ୍ତ ପଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଲକର୍ମା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments