logo
add image
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ

କଟକ/୦୬/୦୪/୨୦୨୬/(ଆଧାର ମିଡ଼ିଆ-ପରମେଶ୍ବର ପରିଡ଼ା)-ଭାରତୀୟ ଜନତା ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି  ସନ୍ଧ୍ୟାରେ ସାଲେପୁର  ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ର ଭାରତୀୟ  ଜନତା ପାର୍ଟି ପକ୍ଷରୁ ବହୁ ଗ୍ରାମ  ମଣ୍ଡଳର ସଭାପତି ହେମନ୍ତ ସ୍ବାଇଁଙ୍କ ଆହ୍ବାନ କ୍ରମେ ପଦ୍ମପୁର ଭବାନୀ ଶଙ୍କର ମହାଦେବ ମନ୍ଦିର ଠାରେ ଉପସ୍ଥିତ ସମସ୍ତ ଉତ୍ସର୍ଗୀକୃତ କର୍ମୀ, ସମର୍ଥକ ଏବଂ ଜାତୀୟ ସେବାର ପଥ ଅନୁସରଣ କରୁଥିବା ପ୍ରତ୍ୟେକ କର୍ମଯୋଗୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହିତ ବିଜେପି କଟକ ଗ୍ରାମିଣ ଜିଲ୍ଲା ଉପସଭାପତି ହିମାଂଶୁ ମହାନ୍ତି  ଯୋଗଦେଇ ପ୍ରତିଷ୍ଠା ଦିବସ ପାଳନ କରିଥିଲେ।
ତେବେ ଆଜି ଯେଉଁ ଅଗଣିତ କର୍ମୀଙ୍କ ଦୃଢ଼ତା, ତ୍ୟାଗ ଏବଂ କଠିନ ପରିଶ୍ରମ ଦ୍ୱାରା ଦଳ ଏକ ସୁଦୃଢ଼ ଓ ମଜବୁତ୍ ସ୍ତରରେ ପହଞ୍ଚାଇ ଛନ୍ତି  ସେମାନଙ୍କୁ ମନେ ପକାଇବାର ଏକ ଅବସର, ଏବଂ ବର୍ଷ ବର୍ଷ ଧରି ସଂଗଠନକୁ ମଜବୁତ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଥିଲେ। ସେମାନଙ୍କ ମଧ୍ୟରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ "ରାଷ୍ଟ୍ର ପ୍ରଥମ" ଭାବନା ଦ୍ୱାରା ଅନୁପ୍ରାଣିତ ହୋଇ, ବିଜେପି ସେବା, ସୁଶାସନ, ରାଷ୍ଟ୍ରବାଦ ଏବଂ ଗରିବଙ୍କ ଉତ୍ଥାନର ମୂଳ ମନ୍ତ୍ର ସହିତ ସର୍ବଦା ଜାତୀୟ ସ୍ୱାର୍ଥକୁ ସର୍ବୋପରି ସ୍ଥାନ ଦେଇଛି।
ଅପରପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଭାଇ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ବିକାଶ, ସୁରକ୍ଷା ଏବଂ ବିଶ୍ୱ ପ୍ରତିଷ୍ଠାର ନୂତନ ଉଚ୍ଚତା ଆରୋହଣ କରୁଛି। ସେପଟେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ ଙ୍କ ନେତୃତ୍ୱରେ, ସଂଗଠନ ନୂତନ ଶକ୍ତି, ନୂତନ ସଂକଳ୍ପ ଏବଂ ଯୁବ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି।ଆଜି ବିଜେପି କେବଳ ଏକ ଦଳ ନୁହେଁ, ବରଂ ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର ଏକ ଶକ୍ତିଶାଳୀ ସ୍ୱର ପାଲଟିଛି। ତେବେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଭାରୀ କିଶୋର ପଣ୍ଡା, ଜିଲ୍ଲା ସଂପାଦକ ସନାତନ ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମୀ ପ୍ରିୟା ଲେଙ୍କା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ପଣ୍ଡା,ସାଧାରଣ ସଂପାଦକ ବହୁ ଗ୍ରାମ ମଣ୍ଡଳ ଗୋବିନ୍ଦ ଚନ୍ଦ୍ର ସାହୁ,ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ବାସନ୍ତୀ ନାଥ,ମଣ୍ଡଳ ଉପସଭାପତି ପ୍ରଫୁଲ୍ଲ ସାହୁ, ମଣ୍ଡଳ ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଚମ୍ପତ୍ତି ପଞ୍ଚାୟତ ସଭାପତି ବିମଳ ନାୟକ, ମଣ୍ଡଳ ସଦସ୍ୟ ତାପସ ମିଶ୍ର, ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ଜେନା ଓ ବରିଷ୍ଠ କାର୍ଯ୍ୟକର୍ତ୍ତା କ୍ଷେତ୍ରମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top