ସୁବର୍ଣ୍ଣପୁର/୦୭/୦୪/୨୦୨୬/(ଆଧାର ମିଡ଼ିଆ)-ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟବିଭାଗ ତରଫରୁ ଏକ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନର ଗୁଣବତ୍ତା ସୁନିଶ୍ଚିତ କମିଟି ବୈଠକ ଜିଲ୍ଲାପାଳ ଡା ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଶ୍ରୀ ସାହୁ ଏକାଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏନ କ୍ୱାସ ସାର୍ଟିଫିକେଟ ପାଈଁ ଆବଶ୍ୟକ ସହଯୋଗ ଦେଵାପାଇଁ ଆଶ୍ୱାସନା ଦେଇଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉକ୍ତ ବୈଠକରେ ସୂଚନା ଦିଆଯାଇଥିଲା ଯେ, ୨୦୨୫-୨୬ ବର୍ଷରେ ସାରା ଓଡ଼ିଶାରେ ସୁବର୍ଣ୍ଣପୁର ଜିଲ୍ଲାର ୬୨ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର-ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏନ କ୍ୱାସ ପାଇଥିବାରୁ ଓଡ଼ିଶାରେ ପ୍ରଥମ ହୋଇପାରିଛି l
ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଉଷାରାଣୀ ଦାସ,ଡା ପ୍ରକାଶ ଦଣ୍ଡସେନା,ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ,ରୂପକ କୁମାର ମହାପାତ୍ର,ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ,ହିତେଶ କୁମାର ତ୍ରିପାଠୀ,ସହ ପରିଚାଳକ ଗୁଣବତ୍ତା ସୁନିଶ୍ଚିତ, ଅନାଦି ଚରଣ ସାହୁ ସହକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ l ହିତେଶ ତ୍ରିପାଠୀ ଏନ କ୍ୱା ସ ର ଜିଲ୍ଲାର ଉପଲବ୍ଧିକୁ ବର୍ଣନା କରିଥବା ବେଲେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments