ବଲାଙ୍ଗିର/୧୨/୦୪/୨୦୨୬/(ଆଧାର ମିଡ଼ିଆ-ଶରତ ମହାକୁରଙ୍କ ରିପୋର୍ଟ)-ବଲାଙ୍ଗିର ଜିଲ୍ଲା ଲୋଇସିଂହାରେ ମା ସନ୍ତୋଷି ଗ୍ରାମୀଣ ବିତରକ ଗ୍ୟାସ ଏଜେନ୍ସି ପକ୍ଷରୁ ୫ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ବିକ୍ରି ଆରମ୍ଭ ହୋଇଛି। ଏଚ୍ପି ଗ୍ୟାସ ୫କେଜି ସିଲିଣ୍ଡର ପିଛା ୧୫୩୭ ଟଙ୍କା ଦର ରହିଥିବା ବେଳେ ଯେ କୌଣସି ବ୍ୟକ୍ତିବିଶେଷ ନିଜର ଆଧାରକାର୍ଡ ପ୍ରଦାନ କରି ଉକ୍ତ ସିଲିଣ୍ଡର କ୍ରୟ କରିପାରିବେ ବୋଲି କୁହାଯାଇଛି। ସନ୍ତୋଷି ଗ୍ରାମୀଣ ବିତରକ ଗ୍ୟାସ ଏଜେନ୍ସି ପକ୍ଷରୁ ଲୋଇ ସିଂହା କଲେଜ୍ ସମ୍ମୁଖରେ ବିକ୍ରୟ ଆରମ୍ଭହୋଇଛି। ଏହି କ୍ରମରେ ବହୁ ଗ୍ରାହକ ସିଲିଣ୍ଡର କ୍ରୟ କରୁଥିବା ଦେଖୀବାକୁ ମିଳିଛି। ସୂଚନା ଯୋଗ୍ୟ ମଧ୍ୟପ୍ରାଚ୍ୟ ଯୁଦ୍ଧଯୋଗୁ ଗତ ଏକମାସ ହେଲା ଗ୍ୟାସ ସଙ୍କଟ ଲାଗି ରହିଛି। ଫଳରେ ବହୁ ଲୋକେ ଗ୍ୟାସ ପାଇବାରୁ ବଞ୍ଚିତ ରହିଥିବା ବେଳେ ଅନେକ ବ୍ୟବସାୟୀ ଦୋକାନ ବନ୍ଦ କରି ଦେଇଛନ୍ତି । ତେବେ ବିନା ସବ୍ସିଡିରେ ଉକ୍ତ ସିଲିଣ୍ଡର ବିକ୍ରି କରାଯାଉଥିବା ବେଳେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।
Recent Comments