logo
add image
ସୋନପୁର କଲେଜରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ-

ସୋନପୁର କଲେଜରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ-

ସୋନପୁର/୧୨/୦୪/୨୦୨୬/(ଆଧାର ମିଡ଼ିଆ)-ଆଜି ସୋନପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଏକ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ମହାବିଦ୍ୟାଳୟର ଅଧ୍ଯକ୍ଷ ରାଧାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ଼.ବଂଶୀଧର ଦୀପ,ବଲାଙ୍ଗୀର ଜିଲ୍ଲା ନୋଡାଲ ଅଧିକାରୀ, ଏନ ଏସ ଏସ, ଡ଼ ଅଜିତ ଭୋଇ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼.ବଶୁମତି ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ।
ଉଦ୍ଘାଟନୀ ସଭାକୁ କାର୍ଯ୍ୟକ୍ରମ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଧିକାରୀ ଏନ ଏସ ଏସ ଧୀରେନ୍ଦ୍ର କୁମାର ମିଶ୍ର ପରିଚା ଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଯାମିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ଜିଲ୍ଲା ର ନଅ ଟି ମହାବିଦ୍ୟାଳୟ ରୁ ମୋଟ ୨୦୦ ଜଣ ଛାତ୍ରୀ ସ୍ବେଛାସେବୀ ଯୋଗଦାନ କରିଥିଲେ। ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ଡ଼.ଚୌଧୁରୀଙ୍କ ନେତୃତ୍ୱରେ ଆସିଥିବା ଏକ ଟିମ ସହଯୋଗରେ ସମସ୍ତଙ୍କର ହିମୋଗ୍ଲୋବିନ ପରୀକ୍ଷା କରାଯିବା ସହିତ ରକ୍ତହୀନତା ନିରାକରଣ ସମ୍ବନ୍ଧରେ ଦୁଇଗୋଟି ସଚେତନତା ଅଧ୍ୟୟନ ମୂଳକ ଶ୍ରେଣୀ ଯଥାକ୍ରମେ ଡ଼ ବଶୁମତି ଚୌଧୁରୀ ଓ ଡ଼.ଚିତ୍ତରଞ୍ଜନ ତ୍ରିପାଠୀ  ଶିବିରାର୍ଥୀ ମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରେଇଥିଲେ।

Recent Comments

Leave Comments

Top