ସମ୍ବଲପୁର/ନାକଟିଦେଉଳ/୧୨/୦୪/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ବଦଳିଲା ସରକାର ହେଲେ ବଦଳିଲା ନାହିଁ ସରକାରୀ ଆଭିମୁଖ୍ୟ। ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣି ମଇ ଦିବସରେ ଧାରଣକୁ ଓହ୍ଲାଇବ ଓୟୁଜେ । ଦୀର୍ଘଦିନ ଧରି ଓୟୁଜେ ସାମ୍ବାଦିକ ମାନଙ୍କ ନାର୍ଯ୍ୟ ଦାବି ପେନସନ, ପ୍ରୋଟେକ୍ସନ ଓ ଆକ୍ରିଡେସନ ଦାବି କରିଆସୁଛି । ହେଲେ ସରକାର ପ୍ରତିଶୃତି ଦେଇ ପ୍ରତାରଣା କରି ଚାଲିଥିବାରୁ ଦିନକୁ ଦିନ ସାମ୍ବାଦିକ ମାନେ ଆସୁରିକ୍ଷତ ହେଉଛନ୍ତି.
ନାକଟିଦେଉଳ ଠାରେ ଆୟୋଜିତ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ(ଓୟୁଜେ)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଓୟୁଜେ ମଇ ଦିବସରେ ରାଜ୍ୟବ୍ୟାପି କଳା ବ୍ୟାଚସହ ଧାରଣା ଘୋଷଣା କରିଛି । ଏହି ପରିପେକ୍ଷିରେ ସମ୍ବଲପୁର ଜିଲ୍ଲା ଶାଖା ମଇ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ଭୁଖରେ କଳା ବ୍ୟାଚ ପରିଧାନ କରି ଧାରଣା ଦେବା ପାଇଁ ନିଷ୍ପତ୍ତି ହୋଇଛି ।
ଜିଲ୍ଲା ୟୁନିଅନ ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ଉପସଭାପତି ଦୀନେଶ ମାହାଣା, ସତୀଶ ମିଶ୍ର, ଜିଲ୍ଲା ସମ୍ପାଦକ ମନୋଜ ରାଜ, ସୁଶାନ୍ତ ନାଗ, ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାଏକ, ଜାତୀୟ ପରିଷଦ ସଦସ୍ୟ ସଚ୍ଚିକାନ୍ତ ସାହୁ, ବ୍ଲକ ସଭାପତି କନ୍ଦର୍ପ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ନିରବ ଦ୍ରଷ୍ଟା ସାଜୁଥିବାରୁ ଉଦବେଗ ପ୍ରକାଶ ପାଇଥିଲା l
ଆଗାମୀ ଦିନରେ ଏକ ମିଡିଆ କର୍ମଶାଳା ଓ ଆଲୋଚନା ଚକ୍ର ଆୟୋଜନ ନେଇ ପ୍ରସ୍ତାବ ହୋଇଛି । ସାଙ୍ଗଠନିକ କାର୍ଯ୍ୟ କ୍ରମକୁ ଆହୁରି ବ୍ୟାପକ କରାଯାଇ ବ୍ଲକସ୍ତରରେ ବୈଠକ କରାଯିବ। ସ୍ବର୍ଗତ ରମାକାନ୍ତ ମହାନନ୍ଦଙ୍କୁ ମୋରଣତ୍ତର ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ତାଙ୍କ ଆବର୍ତମାନ ରେ ତାଙ୍କ ପତ୍ନୀ ସମ୍ମାନ ଗ୍ରହଣ କରିଥିଲେ । ସଭା ଆରମ୍ଭରେ ଦିବଂଗତ ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦ,ବର୍ଷିଆନ ସାମ୍ବାଦିକ ଦେବଦତ୍ତ ପଣ୍ଡା,ଶିବପ୍ରସାଦ ମେହେରଙ୍କ ବିୟୋଗରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଆବେଦନ କରିଥିବା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଶିଘ୍ର ଲାଗୁ କରିବାକୁ ମଧ୍ୟ ଦାବି କରାଯାଇଥିଲା lଜିଲ୍ଲାର ସମସ୍ତ ବ୍ଲକ ରେଙ୍ଗାଲିର ମନୋଜ ମୁଦୁଲି,ଜମନକିରାର ସଞ୍ଚୟ ପଟେଲ ,କୁଚିଣ୍ଡାର ତପନ ଦାଶ ଓ ଅମୁଲ୍ୟ ମିଶ୍ର,ରେଢ଼ାଖୋଲର ସରୋଜ ସାହୁ,ଜୁଯୋମୁରା ର ରାଧାମୋହନ ଷଡ଼ଙ୍ଗୀ ବାମରାର କ୍ଷୀରୋଦ ସା ପ୍ରମୁଖ ବ୍ଲକ ସଭାପତି ଓ ସଂପାଦକ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଶେଷରେ ବ୍ଲକ ସଂଘର ସମ୍ପାଦକ ରୋହିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments