logo
add image
ଜିଲ୍ଲାସ୍ତରୀୟ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

ଜିଲ୍ଲାସ୍ତରୀୟ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

ସୁବର୍ଣ୍ଣପୁର/୧୪।୪/୨୦୨୬/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ହଲରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଭାରତ ରତ୍ନ ଡ.ବାବାସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବର୍ଣ୍ଣପୁର, ଡ.ନୃପରାଜ ସାହୁ,ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ,ଉପଜିଲ୍ଲାପାଳ ସୋନପୁର ଡ.ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ଉଷାରାଣୀ ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବରେ ଇତିହାସ ଅଧ୍ୟାପକ,ସୋନପୁର ମହାବିଦ୍ୟାଳୟ,ଡ଼ ସୁଦାମ ଦୀପ,ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶ ଏବଂ ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସଭାରେ ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଭାରତରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ ।
ମୁଖ୍ୟ ଅତିଥି ଡ. ନୃପରାଜ ସାହୁ, ଜିଲ୍ଲାପାଳ ସୁବର୍ଣ୍ଣପୁର ବାବାସାହେବଙ୍କ ମହାନ୍ ବ୍ୟକ୍ତିତ୍ୱର ଗାରିମା କହିଥିଲେ ଏବଂ ତାଙ୍କର ନୀତି ଆଦର୍ଶ ମାନିଲେ ଆମେ ଏକ ଭଲମଣିଷ ହୋଇ ପାରିବା ବୋଲି କହିଥିଲେ । ବାବାସାହେବଙ୍କ ଭଳି ଶିକ୍ଷା ଗ୍ରହଣରେ ବ୍ରତୀ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଡ଼ ସୁଦାମ ଦୀପ, ବାବାସାହେବଙ୍କ ଜୀବନ ଦର୍ଶନ ଏବଂ ନୂତନ ଭାରତ ଗଠନର ତାଙ୍କର ଭୂମିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖି ବାବାସାହେବ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ବୋଲି କହିବା ସହିତ ଜାତିପ୍ରଥାର ମୂଳୋତ୍ପାଟନ,ଶିକ୍ଷାର ପ୍ରସାର,ନାରୀ ସ୍ଵାଧୀନତା,ଦଳିତ ଶୋଷିତଙ୍କ ନ୍ୟାୟ ପାଇଁ ଲଢେଇ ବିଷୟରେ କହିଥିଲେ । 
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ, ଚିତ୍ରାଙ୍କନ, ଓଡ଼ିଆ ଏବଂ ଇଂରାଜୀ ବକ୍ତୃତାର ପ୍ରତିଯୋଗୀତା ର ମୋଟ ୩୬ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ପ୍ରୀତି ସୁନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ସାଂସ୍କୃତି ଅଧିକାରିଣୀ ଶ୍ରୀମତୀ ଯମୁନା ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଲଷ୍ମୀନାରାୟଣ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ବୁଦ୍ଧିଜୀବି,ଯୁବବର୍ଗ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Recent Comments

Leave Comments

Top