logo
add image
ବିଶିଷ୍ଟ ସମାଜସେବୀ ଡଃ ରତନ ଦାସଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପାଳନ।

ବିଶିଷ୍ଟ ସମାଜସେବୀ ଡଃ ରତନ ଦାସଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପାଳନ।

ରାୟଗଡା/ଗୁଣୁପୁର/୧୪/୦୪/୨୦୨୬/(ଆଧାର ମିଡ଼ିଆ)-ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀୟାନ ଡ଼ଃ ରତନ ଦାସଙ୍କ  ନବମ ଶ୍ରାଦ୍ଧବାର୍ଷିକୀ ସେବା ସମାଜ ଗୁଣପୁର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।  ସେହି ସଭାଟିକୁ  ସେମାଜ ସେବୀ ଅକ୍ଷୟ କୁମାର ଦାଶ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।  ପ୍ରଥମେ ଅନ୍ତେବାସୀ ଦ୍ବାରା ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା। ଅତିଥି ଅକ୍ଷରୟ ଦାସ ମହୋଦୟ ଆଭାଷଣରେ  ଡ଼ଃ ରତନ ଦାସଙ୍କ ଅବିଭକ୍ତ କୋରାପୁରେ ତାଙ୍କର କାର୍ଯ୍ୟ, ଗୋତିପ୍ରଥା ଉଚ୍ଛେଦ,ସନ୍ଥ ବିନୋବାଙ୍କ ସହ ଭୂଦାପଦଯାତ୍ରା କରି ଭୂମିହୀନଙ୍କୁ ଭୂରି ବାଣ୍ଟିବା,ବିପଦରେ ପଡ଼ିଥିବା ଲୋକଙ୍କ ସାହାର୍ଯ୍ୟ କରିବା, ସେବା ସମାଜ ଭଳି ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ବାଳିକା ମାନଙ୍କର ଶିକ୍ଷା କ୍ଷେତ୍ରରେ ସହ ଯୋଗ କରିବା ଆଦି ସାମାଜିକ କାର୍ଯ୍ୟ ସହ ଜଣେ ଭଲ ସାହିତ୍ୟିକ ,ଅନ୍ୟାକୁ ଭଲପାଇବା ଭିନ୍ନ ଏକ ମଣିଷ ଥିବା ପ୍ରକାଶ କରିଥିଲେ ।
ଶିକ୍ଷୟିତ୍ରୀ  ନିହାରିକା ପ୍ରଧାନ,ସସ୍ମିତା ପାଣି,ଝରଣା ନାଏକ, କିନିତା ଶବର,ଲୁସି ଶବର,ଇନ୍ଦ୍ରା ଶବର,ଜସମତି ମଣ୍ଡଳ, ପାରମା ଶବର, ତାରା ଶବର ଲିମେମଡା ବାଳିକା ନିବାସର ସମସ୍ତ ଛାତ୍ରୀମାନେ,ସେବା ସମାଜ  ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଏବଂ କର୍ମକର୍ତ୍ତା ଯୋଗଦେଇ ସ୍ମୃତି ଚାରଣ କରିଥିଲେ ଏବଂ ସେବା ସମାଜ ସଭାପତି ମାୟା ଶବର ମଞ୍ଚିସିନ ଥିଲେ। ସଂପାଦିକା ରାଜେଶ୍ୱରୀ ଦଳେଇ। ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ। ସେବା ସମାଜର ସମସ୍ତ ଜାଗାରେ ଆଜି ସ୍ବର୍ଗତ ଡ଼ଃ ରତନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା।  ସେଷରେ ସୁସାହି ତ୍ଯିକା ଡ଼ଃ ବାସନ୍ତୀ ମହାନ୍ତି ଯୋଗଦେଇ ଷୁଷ୍ପ ମାଲ୍ୟାର୍ପଣ କରି ତାଙ୍କସହ ତାଙ୍କ ସମିଜିକ କାମ କରିବା ସଂପର୍କରେ ଏବଂ ଡ଼ଃ ରତନ ଦାସଙ୍କ ଦ୍ୱାରା ରଚିତ ଇଂରାଜୀ  ବ୍ରିଙ୍ଗ୍ ବେକ ଗାନ୍ଧୀ ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଥିବାର ପ୍ରକାଶ କରିଥିଲେ।

Recent Comments

Leave Comments

Top