ବୋଲଗଡ/ ୨୯/୩(ନିପ୍ର )ଖୋର୍ଦ୍ଧାଜିଲା ବୋଲଗଡ ବ୍ଲକ ମର୍ଦାବାଡ଼ି ଗ୍ରାମର ପ୍ରସନ ବେହେରା (୪୦) ନାମକ ଜଣେ ଯୁବକ କିଡ୍ନୀ ରୋଗରେ ପିଡ଼ିତ ହୋଇଛନ୍ତି। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁ ଚିକିତ୍ସାପାଇଁ ଅର୍ଥ ପାଇ ପାରୁନାହାନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଗୋଟେ ଝିଅ ସେମାନେ ପାଠ ପଢୁଛନ୍ତି ରୋଜଗର କ୍ଷମ ହେଇ ନାହାନ୍ତି । ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଅଭାବ ଥିବା ବେଳେ ପ୍ରସନଙ୍କ ଚିକିତ୍ସା ପାଇଁ ଅର୍ଥମିଳିବା ବହୁ କଷ୍ଟସାଧ୍ୟ ହୋଇପଡ଼ିଛି। ଯେଉଁଥିପାଇଁ ସେ ଉଚିତ୍ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇଛନ୍ତି।
ସେ ଦୀର୍ଘଦିନ ହେବ ଦିନମଜୁରିଆ ଭାବେ କାମ କରୁଥିଲେ । କିଛିଦିନ ତଳେ ତାଙ୍କର ହଠାତ ଦେହ ଖରାପ ହେବାରୁ ସେ ପରୀକ୍ଷା ନିରୀକ୍ଷା କରାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ସେ କିଡ୍ନୀ ରୋଗରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ତେବେ ସପ୍ତାହକେ ତିନିଥର ଡାଇଲେସିସ କରାଯାଉଛି !ତେଣୁ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଦୃଷ୍ଟିଦେଇ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଅନୁରୋଧ କରିଅଛନ୍ତି! ଏମିତିକି ଦୁଇବର୍ଷ ବିତିଗଲାଣି ତେଣୁ ଚିକିତ୍ସାପାଇଁ ବହୁ ଅର୍ଥର ଆବଶ୍ୟକ ଥିବାରୁ କୌଣସି ସହୃଦୟ ବ୍ୟକ୍ତି,ସ୍ୱେଚ୍ଛାସେବୀ ସଂଗ ଠନ,ଓ ସମାଜସେବୀମାନେ ଏବଂ ସରକାରଙ୍କ ସ୍ତରରେ ରୋଗର ଚିକିତ୍ସା ପାଇଁ ଅର୍ଥ ଦାନକଲେ ଯୁବକ ଜଣକ ଆରୋଗ୍ୟ ହୋଇପାରିବେ। କିଡ୍ନୀ ପିଡ଼ିତ ପ୍ରସନ ବେହେରାଙ୍କୁ ସହାୟତ ଦେବା ପାଇଁ ତାଙ୍କପୁଅ ସୋମୁ ବେହେରାଙ୍କର ଫୋନ ପେ ନଂ ୮୧୪୪୮୯୪୬୭୦ ଏବଂ ବ୍ୟାଙ୍କ ଆକାଉଣ୍ଟ ନଂ ୧୦୫୭୦୧୦୦୦୦୮୨୦୮୩ , ଆଇଏଫଏସସି କୋଡ଼ ନଂ ଆଉ ଓ ବିଏ ୦୦୦୧୦୫୭ ରେ ପ୍ରଦାନ କରିପାରିବେ ବୋଲି ନିବେଦନ କରିଛନ୍ତି।ବେହେରାଙ୍କର ଫୋନ ପେ ନଂ ୮୧୪୪୮୯୪୬୭୦ ଏବଂ ବ୍ୟାଙ୍କ ଆକାଉଣ୍ଟ ନଂ ୧୦୫୭୦୧୦୦୦୦୮୨୦୮୩ , ଆଇଏଫଏସସି କୋଡ଼ ନଂ ଆଉ ଓ ବିଏ ୦୦୦୧୦୫୭ ରେ ପ୍ରଦାନ କରିପାରିବେ ବୋଲି ନିବେଦନ କରିଛନ୍ତି।
Recent Comments