logo
add image
ବାଲିଗୁଡା:ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ 

ବାଲିଗୁଡା:ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ 

ବାଲିଗୁଡା/୨୦/୦୪/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ପବିତ୍ର ଅକ୍ଷୟ ତୃତୀୟା,ଏହି ଦିନଟି ଓଡ଼ିଆ ଜାତିପାଇଁ ଏକ ଶୁଭଦିନ ହୋଇଥିବା ବେଳେ ଏହି ଦିନରେ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ। ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ନିମନ୍ତେ ଆଜିର ଦିନରେ ରଥକାର୍ଯ୍ୟ ଆରମ୍ଭ ହୋଇଥାଏ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ରଥଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟ ନିମନ୍ତେ ତିନି ଠାକୁରଙ୍କ ତିନି ରଥନିମନ୍ତେ ନୂତନ କାଠ ପୂଜା କରାଯାଇ ରଥକାର୍ଯ୍ୟ ଅନୁକୂଳ କରାଯାଇଛି। ମନ୍ଦିର ପରିସରରେ ତିନିରଥ କାଠ ରଖାଯାଇ ତିନି ଠାକୁରଙ୍କ ଠାରୁ ଆଦେଶ ମାଳ ଆଣି ପୁଜା ପାଠ କରାଯାଇ ବିଶ୍ବକର୍ମାଙ୍କୁ ରଥ ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରଷ୍ଟି ପକ୍ଷରୁ ମଧୁସୂଦନ ଦାସ, ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ସମସ୍ତ ପୂଜାପାଠ କରିଥିବା ବେଳେ ବିଶ୍ଵକର୍ମା ରାଜେନ୍ଦ୍ର ମହାରଣା ଉପସ୍ଥିତ ରହି ପୂଜା ପାଠ କରି ରଥ କାଠ ଅନୁକୂଳ କରିଥିଲେ। ପୂଜକ ବାବୁଲା ପାଣି ଙ୍କ ସହ ଅନ୍ୟ ପୂଜକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Recent Comments

Leave Comments

Top