logo
add image
ଏନଟିପିସି କଣିହାଁର ଅଗ୍ନିଶମ ସେବା ଦିବସ ପାଳିତ

ଏନଟିପିସି କଣିହାଁର ଅଗ୍ନିଶମ ସେବା ଦିବସ ପାଳିତ

କଣିହାଁ/୧୪/୦୪/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା ଏନଟିପିସି କଣିହାଁ ସ୍ଥିତ ସିଆଇ ଏସଏଫ ୟୁନିଟ୍ ପକ୍ଷରୁ ଅଗ୍ନିଶମ ସେବା ଦିବସ ଅବସରରେ ବିଶେଷ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ୧୪ ଏପ୍ରିଲ୍ ଠାରୁ ୨୦ ଏପ୍ରିଲ୍ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି।ଏହି କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଟିପିସି କଣିହାଁର ପ୍ରକଳ୍ପ ପ୍ରମୁଖ ଓ କାର୍ଯ୍ୟନିର୍ବାହୀ ନିଦେଶକ ଶ୍ରୀ କେ.ନରସିମ୍ହା ରେଡ୍ଡି ଯୋଗଦେଇ କାର୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ସାଧାରଣ ପ୍ରବନ୍ଧକ (ଓଏଣ୍ଡଏମ୍) ଶ୍ରୀ ସୁମିତ କୁମାର କୁଣ୍ଡୁ, ଅତିରିକ୍ତ ସାଧାରଣ ପ୍ରବନ୍ଧକ ଶ୍ରୀ ନବନୀତ କୁମାର (ହୋଏଚଆର), ଶ୍ରୀ ଏ. କେ. ବେହେରା, ଶ୍ରୀ ହରି ଚନ୍ଦ, ଶ୍ରୀ ଏସ୍. ରାଓ, ବିଭିନ୍ନ ବିଭାଗ ମୁଖ୍ୟମାନେ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାଧାନାଚାର୍ୟ,ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ସହ ସିଆଇ ଏସଏଫ ନିରୀକ୍ଷକ ଶ୍ରୀ ସୁନୀଲ କୁମାର, ଶ୍ରୀମତୀ ଝୁମା ଧିବର, ଶ୍ରୀମତୀ ସୁନୀତା ବାସୁ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
କାର୍ୟକ୍ରମର ଆରମ୍ଭରେ ସହାୟକ କମାଣ୍ଡାଣ୍ଟ ଶ୍ରୀ ଓମପ୍ରକାଶ ପାଳ ଅତିଥିବୃନ୍ଦଙ୍କୁ ସ୍ବାଗତ ଜଣାଇ ଅଗ୍ନିଶମ ସେବା ଦିବସ ଓ ସପ୍ତାହ ପାଳନର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେହିପରି ଏହି ସପ୍ତାହ ଅବଧିରେ ଆୟୋଜିତ ହେବାକୁଥିବା ବିଭିନ୍ନ କାର୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ପରବର୍ତ୍ତୀରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ଶହୀଦ ସ୍ମୃତି ସ୍ତମ୍ଭରେ ପୁଷ୍ପାଞ୍ଜଳି ଅର୍ପଣ କରି ନିଜ କର୍ତ୍ତବ୍ୟ ପାଳନ କାଳୀନେ ଜୀବନ ବଲିଦାନ କରିଥିବା ଅଗ୍ନିଶମ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେମାନଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବତା ପାଳନ କରାଯାଇଥିଲା।
ଏହି ଅବସରରେ ସାଧାରଣ ପ୍ରବନ୍ଧକ (ଓଏଣ୍ଡଏମ୍) ସମସ୍ତଙ୍କୁ ଅଗ୍ନି ସୁରକ୍ଷା ସଚେତନତା ଓ ସତର୍କତା ବୃଦ୍ଧି ପାଇଁ ଶପଥ ପାଠ କରାଇଥିଲେ। ଏଥିସହ ଅଗ୍ନିନିର୍ବାପଣ ଓ ସୁରକ୍ଷା ସମ୍ପର୍କିତ ପୁସ୍ତିକା ଓ ପ୍ରଚାର ପତ୍ରକୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ମୋଚନ କରିଥିଲେ।
ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଅଗ୍ନି ଦୁର୍ଘଟଣାର ବୃଦ୍ଧିଶୀଳ ଘଟଣା ପ୍ରତି ଚିନ୍ତା ବ୍ୟକ୍ତ କରି ସମସ୍ତଙ୍କୁ ସଚେତନ ଓ ସଜାଗ ରହିବାକୁ ଆହ୍ୱାନ ଜଣାଇଥିଲେ। ସେ ସିଆଇଏସଏଫ କର୍ମଚାରୀମାନଙ୍କର ନିଷ୍ଠା ଓ ସାହସକୁ ପ୍ରଶଂସା କରିଥିଲେ।ଶେଷରେ ସହାୟକ କମାଣ୍ଡାଣ୍ଟ ଶ୍ରୀ ପ୍ରେମଚନ୍ଦ ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହାସହ ମୁଖ୍ୟ ଅତିଥି ଅଗ୍ନିଶମ ଦଳକୁ ଫ୍ଲାଗ୍ ଅଫ୍ କରି କଣିହାଁ ଓ ଟାଉନ୍‌ଶିପ୍ ଅଞ୍ଚଳରେ ସଚେତନତା ରାଲି ପାଇଁ ପଠାଇଥିଲେ। 

Recent Comments

Leave Comments

Top