logo
add image
ସୋମ୍ୟ ରଞ୍ଜନ ବିଶ୍ୱାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଆଉ ଦୁଇଗିରଫ,କୋର୍ଟ ଚାଲାଣ

ସୋମ୍ୟ ରଞ୍ଜନ ବିଶ୍ୱାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଆଉ ଦୁଇଗିରଫ,କୋର୍ଟ ଚାଲାଣ

ରେଙ୍ଗାଲି/ସମ୍ବଲପୁର/୨୦/୦୪/୨୦୨୬/ (ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାମବାହାଲ ଛକରେ ଘଟିଥିବା ସୋମ୍ୟ ରଞ୍ଜନ ବିଶ୍ୱାଳ (କୁନୁ)ଙ୍କ ହତ୍ୟାକାଣ୍ଡ ଘଟଣାରେ ରେଙ୍ଗାଲି ପୋଲିସ ଫେରାରଥିବା ଦୁଇ ଅଭିଯୁକ୍ତ, ପୁରୁଣା ବସ୍ତିର ଚିନ୍ତାମଣି ବାଗ (୪୬) ଏବଂ କନ୍ଧେଇକେଲା ଗ୍ରାମର ପ୍ରତାପ ପ୍ରଧାନ (୨୬) ଙ୍କ ସହ ଦୁଇ ଅଭିଯକ୍ତଙ୍କୁ ଗିରଫ୍ କରିଛି।ଏହା ପୂର୍ବରୁ ତା:୦୮.୦୪.୨୦୨୬ ରେ ଚାରିଜଣ ସହ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ। ଆଜିର ଗିରଫଦାରୀ ସହିତ ମାମଲାରେ ଜଡ଼ିତ ପ୍ରମୁଖ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।ପୋଲିସ ତଦନ୍ତ ଅନୁସାରେ ଅଭିଯୁକ୍ତମାନେ ସାଧାରଣ ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ,ମୃତକ ଏବଂ ଆହାତ ବ୍ୟକ୍ତି ମାନଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଥିଲେ,ଫଳରେ ସେମାନେ ଗୁରୁତର ଆହାତ ହୋଇଥିଲେ। ଉଭୟ ଅଭିଯୁକ୍ତ ମାନଙ୍କୁ ସମ୍ବଲପୁର ଏସ ଡି ଜେ ଏମ୍ ଙ୍କ ମାନ୍ୟବର ଅଦାଲତକୁ ପଠାଯାଇଛି।

Recent Comments

Leave Comments

Top