ସୋନପୁର,୯/୧୦/୨୪(ଆଧାର ମିଡ଼ିଆ)ସୁବର୍ଣ୍ଣପୁର ରେ ଉଦୟ ନଗର ଆଶା ନର୍ସିଂ ହୋମ ସମ୍ମୁଖ ମୁଖ୍ୟ ରାସ୍ତା ରେ ଗତ ୬ ତାରିଖ ରାତି ରେ ଚୋରି ହୋଇଥିବା ଟ୍ରକ୍ ର ତଦନ୍ତ କୁ ତ୍ଵରାନିତ କରିବାକୁ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାୟକ ଙ୍କୁ ଭେଟି ଲିଖିତ ଅନୁରୋଧ କଲେ ସୋନପୁର ଟ୍ରକ୍ ମାଲିକ ସଂଘ। ଦୀର୍ଘ ୩ ଦିନ ବିତି ଯାଇଛି ସିସିଟିଭି ଆଧାର ରେ ଟ୍ରକ୍ ବିନିକା ପଟକୁ ଯାଇଥିବା ଖବର ପାଇବା ପରେ ଅଧିକ ତଦନ୍ତ ରେ ପୋଲିସ ଅଧିକାରୀ ବିଳମ୍ୱ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ରକ୍ ମାଲିକ ସଂଘ ସଭାପତି ଭାସ୍କର ଦାଶ। ଟ୍ରକ୍ ସଙ୍ଘ ସମ୍ପାଦକ ଶମାରୁ ସାହୁ ଙ୍କ ସହ ସୂନୁ ସାହୁ, ସମୀର ଅଗ୍ରୱାଲ, ଗୋପାଲ ଅଗ୍ରୱାଲ, ସଞ୍ଜୟ ଗୁପ୍ତା ପ୍ରମୁଖ ଏସପି ଙ୍କୁ ଏକ ଲିଖିତ ଅନୁରୋଧ କରି ତଦନ୍ତ କୁ ତ୍ଵରାନିତ କରି ସଂଜିତ ମହଣା ଙ୍କ ଗାଡ଼ି ନମ୍ବର OD15 G 3868 ବାର ଚକିଆ ଟ୍ରକ୍ କୁ ଶୀଘ୍ର ଖୋଜି ବାହାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ ରଖିଛନ୍ତି। ସୋନପୁର ଥାନା ଏତଲା ନମ୍ୱର ୦୩୧୬ ରେ ମାମଲା ରୁଜୁ ହୋଇଛି।
Recent Comments