କଣିହାଁ,୩/୧୦(ଆଧାର ମିଡ଼ିଆ)କଣିହାଁ ବ୍ଲକର ରେଙ୍ଗାଳୀ ଦିତୀୟ ବ୍ରିଜ ଓ ଶିଲିଂ-ତାଳପଦା ବ୍ରିଜ ନିର୍ମାଣ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ସହିତ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଙ୍କର ଏକ ବୈଠକ ସମଲ ବ୍ୟାରେଜ ବଙ୍ଗଳା ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଙ୍ଗାଳି ଦ୍ବିତୀୟ ବ୍ରିଜ ନିର୍ମାଣରେ ଅତ୍ୟନ୍ତ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାଳ ଲହଡ଼ା ବିଧାୟକ ଅଶୋକ ମହାନ୍ତି । ବିଧାୟକ କହିଥିଲେ ଯେ ୨୦୧୩ ମସିହାରେ ଅନୁମୋଦନ ଲାଭ କରିଥିବା ରେଙ୍ଗାଳୀ ବ୍ରିଜର ଅଟକଳ ପରିମାଣ ବୃଦ୍ଧି ପାଇଛି । ପୂର୍ବ ସରକାର ରେ ଅବହେଳା କରା ଯାଇଛି , ଖୁବ ଶୀଘ୍ର ନୂତନ ଠିକାଦାର ଙ୍କୁ ନିଯୁକ୍ତି କରିବାକୁ ବିଧାୟକ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ତାଳପଦl-ସିଲିଙ୍ଗ ବ୍ରିଜର ସ୍ଥାନ ପରିବର୍ତ୍ତନ ସହିତ ବର୍ତମାନ ସୁଦ୍ଧା ଡ୍ରଂଇ ଦାଖଲ ହୋଇ ନଥିବାରୁ ତୁରନ୍ତ ଦାଖଲ କରି ଉଭୟ ପଟୁ କାମ ଆରମ୍ଭ ପାଇଁ ନିର୍ଦେଶ ଦେଇ ଥିଲେ । ବୈଠକରେ ପୁର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରତାପ କୁମାର ହରିପାଲ, ଏଇଇ ବିକାଶ କୁମାର ପାଣି, କନିଷ୍ଠ ଯନ୍ତ୍ରୀ ମାଧବ ଚନ୍ଦ୍ର ସାହୁ, ଠିକାସଂସ୍ଥା ର କେ ସେଖର ରେଡ୍ଡୀ, ଓ୍ବାଇ ସନ୍ତୋଷ, ଏସ ଏସ ଜେନା, ନୃପତି ସ୍ବାଇଁ, ଅମରେନ୍ଦ୍ର ସେଠୀ, ରାଜେଶ ନାଏକ, ଭାଜପା ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ, ତ୍ରିପୁରାରୀ ପ୍ରଧାନ, ଶୁମନ୍ତ ପ୍ରଧାନ, ରମେଶ ପ୍ରଧାନ, ସରପଞ୍ଚ ଦୁଃଖବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏହା ପୂର୍ବରୁ ବିଧାୟକ ବିଭାଗୀୟ ଅଧିକାରୀଙ୍କ ସହିତ ସିଲିଂ-ତାଳପଦା ବ୍ରିଜ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ ।
Recent Comments