logo
add image
ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ।

ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ।

ପୁରୀ ୩/୧୦ ( ଆଧାର ମିଡ଼ିଆ )ସନ୍ତୁଳିତ ଖାଦ୍ୟ,ସଠିକ ଜୀବନଚର୍ଯ୍ୟା,ଯୋଗ, ବ୍ୟାୟାମ ଇତ୍ୟାଦି ଶରୀର କୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ।ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସର କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା।ଏଥିରେ ଯୋଗ ଦେଇ ବଞ୍ଚିବା ପାଇଁ ଖାଦ୍ୟ ଓ ପାନୀୟ ନିହାତି ଆବଶ୍ୟକ।କିନ୍ତୁ ସନ୍ତୁଳିତ ଓ ସମନ୍ବିତ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଓ ଉପଯୋଗୀ ହୋଇ ଥାଏ ।କେବଳ ଶିଶୁ ମାନେ ନୁହନ୍ତି ବୟସ ନିର୍ବିଶେଷରେ ସମସ୍ତ ଙ୍କ ପାଇଁ ଉପଯୁକ୍ତ ପୋଷଣ ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।ଏଡିଏମଓ ଡା ଲଲାଟେନ୍ଦୁ ମିଶ୍ର,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସଠିକ ପୋଷଣ ଅଭାବରୁ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ଦୁର୍ବଳ ହୋଇଥାନ୍ତି।ତେଣୁ ସଠିକ ପୋଷଣର ଆବଶ୍ୟକତା ଓ ସଚେତନତା ସମସ୍ତ ଙ୍କ ନିକଟରେ ପହଞ୍ଚାଇବାକୁ ସେମାନେ ପରାମର୍ଶ ଦେଇଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ମା ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯତ୍ନଶୀଳ ହେବାକୁ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ ସେପ୍ଟେମ୍ବର ମାସ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ସଚେତନତା ସୃଷ୍ଟି କରାଯାଇଥିଲା ବୋଲି କହିଥିଲେ।ପୁରୀ ଜିଲ୍ଲା ସମସ୍ତ ରାଜ୍ୟରେ ଆକ୍ଟିଭିଟି ଅପଲୋଡ଼ ରେ ପ୍ରଥମ ହୋଇ ଥିବାରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କୁ ଓ ବିଭାଗର କାର୍ଯ୍ୟ ରେ ଉଲ୍ଲେଖନୀୟ ଅବଦାନ ପାଇଁ ସିଡିପିଓ, ସୁପରଭାଇଜର ଓ ଅନ୍ୟାନ୍ୟ ସହକର୍ମୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ପ୍ରସ୍ତୁତ ଖାଦ୍ୟ ମଧ୍ୟରୁ ଶ୍ରେଷ୍ଠ ପୋଷଣ ଖାଦ୍ୟ କୁ ପୁରସ୍କୃତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ର ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଯୋଗ ଦେଇଥିଲେ। ପୋଷଣ ର ଜିଲ୍ଲା ସଂଯୋଜିକା ସଶ୍ମିତା କର୍ମକାର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସିଡିପିଓ, ଅଙ୍ଗନବାଡି କର୍ମୀ,ମମତା ଓ ମିଶନ ଶକ୍ତି ର ଡିପିସି,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ସହଯୋଗ କରିଥିଲେ।

Recent Comments

Leave Comments

Top