ଯୋଡ଼ା ୦୪/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ଟଙ୍କଧର ପାତ୍ର) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧିନସ୍ତ ଜଜାଙ୍ଗ ପଞ୍ଚାୟତରେ ଆଜି ଭାରତୀୟ ଜନତା ପାର୍ଟିର ମୁଁ ବି ମୁଖ୍ୟମନ୍ତ୍ରୀ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଓବିଶି ମୋର୍ଚ୍ଚାର ଉପସଭାପତି ଅଗ୍ନୁ ମହାନ୍ତ, ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି ରଣଜିତ ମହାକୁଡ଼ ବ୍ୟତିତ୍ୱ ସମାଜସେବୀ ସଞ୍ଜୟ ପାତ୍ର, ଯୁବ ସଂଗଠକ ଗାନ୍ଧୀ ଲୋହାର,୨୭ ନମ୍ୱର ଜୋନ ର ସଭାପତି ରଞ୍ଜିତ ମୁଣ୍ଡା, ସମାଜସେବୀ ନରେନ୍ଦ୍ର ହାଁସଦା, ପଞ୍ଚାୟତ ସମିତି ସଦସ୍ୟ ରଘା ମାଝୀ ,ବନିତା ହାସଦା, ଚିତ୍ତରଞ୍ଜନ ନାୟକ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ରଂଜିତ ମହାକୁଡ଼ ଙ୍କ ନେତୃତ୍ୱ ଏହି ମୁଁ ବି ମୁଖ୍ୟମନ୍ତ୍ରୀ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସଭା ପରିଚାଳନା ଦାୟିତ୍ବରେ ଥିଲେ ନିଲେସ ଦାସ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନମଙ୍ଗଳ କିପରି ହୋଇପାରିବ ତାହା ଆଲୋଚନା କରାଯାଇଥିଲା ଏବଂ ଜଜାଙ୍ଗ ପଞ୍ଚାୟତର ତଥା ଆଖ ପାଖ ଅଞ୍ଚଳର ବିଜୁ ଜନତା ଦଳର ଅନେକ ସଦସ୍ୟ ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରୁଥିବାର ଦେଖିବାକୁ ମିଳିଥିଲା । ଓଡ଼ିଶାରେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଓ କେନ୍ଦୁଝର ମାଟିର ପୁଅ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଆଗାମୀ ଦିନରେ ଏହା ବିକଶିତ ଜିଲ୍ଲା ଭାବରେ ଗଢି ଉଠିବ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଏକ ଆଶା ଅଛି ଯାହାକୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ।
Recent Comments