logo
add image
ଭର୍ଚୁଆଲ ମାଧ୍ୟମରେ ପିଏମ୍ କିସାନର ୧୮ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

ଭର୍ଚୁଆଲ ମାଧ୍ୟମରେ ପିଏମ୍ କିସାନର ୧୮ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

ଭଟଲି/ବରଗଡ଼/୫/୧୦/୨୦୨୪(ଆଧାର ମିଡ଼ିଆ): ଆଜି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନୀତି ଯୋଜନା ଅନ୍ତର୍ଗତ ପିଏମ୍ କିସାନର ୧୮ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଦେଶସାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରୀପ୍ରେକ୍ଷୀରେ ଭଟଲି ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ବିରେନ୍ କୁମାର ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କୃଷକ ମାନଙ୍କର ଆୟ ବୃଦ୍ଧି ହୋଇ ପାରିବ ସେଥିପ୍ରତି ସରକାର ଦୃଷ୍ଟି ଦେଉଥିବା ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସାରାଣୀ ଗଡ଼ତିଆ, ଗୋଷ୍ଠୀ କୃଷି ଅଧିକାରୀ ଦେବାଶିଷ ଖମାରୀ, ଗୋଷ୍ଠୀ ପ୍ରାଣୀଧନ ଅଧିକାରୀ ଯତୀନ୍ଦ୍ର ମୋହନ ପଣ୍ଡା, ଭଟଲିର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ, ଅଚ୍ୟୁତ ବୁଧିଆ, ଅକ୍ଷୟ ସାହୁ ମଞ୍ଚାସୀନ ଥିଲେ। ଏଥିରେ ଭଟଲି ବ୍ଲକର ସମସ୍ତ ପଞ୍ଚାୟତରୁ ଚାଷୀ ମାନେ ଯୋଗଦେଇ ଥିଲେ। ଅତିରିକ୍ତ କୃଷି ଅଧିକାରୀ ରାଜୀବ ଲୋଚନ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବ୍ଲକ କୃଷି କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଏବଂ କୃଷି ମିତ୍ର ସହାୟତା କରିଥିଲେ।

Recent Comments

Leave Comments

Top