logo
add image
ରେଢ଼ାଖୋଲ ବିଜେଡି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା l

ରେଢ଼ାଖୋଲ ବିଜେଡି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା l

ରେଢ଼ାଖୋଲ ୦୪/୧୦/୨୦୨୪(ଆଧାର ମିଡ଼ିଆ )ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ରେଢ଼ାଖୋଲ ବିଧାନସଭା କ୍ଷେତ୍ର ପକ୍ଷରୁ ଶୁକ୍ରବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିଶାଳ ଜନ ସମ୍ପର୍କ ପଦଯାତ୍ରାରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ସଭାପତିତ୍ୱ କରିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ଅନାଦି ସାହୁ, ପୂର୍ବତନ ସରପଞ୍ଚ ଅଶ୍ୱିନୀ ପ୍ରଧାନ, ବିଶ୍ୱରଂଜନ ପ୍ରଧାନ, ସମିତି ସଭ୍ୟ ଜିତେନ୍ ହେମ୍ବ୍ରମ,ସଞ୍ଜୟ ବେହେରା,ତପଧନ ବେହେରା, ବିଜେଡି ନେତା କୈବର୍ତ୍ତ ସାହୁ, ସୁନୀଲ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ପ୍ରଧାନ, ସରୋଜ ସେଠି, ସତ୍ୟନାରାୟଣ ବେହେରା,ମନୋଜ ରାୟ,ରସାନନ୍ଦ ସାହୁ, ସୂର୍ଯ୍ୟାକାନ୍ତ ପ୍ରଧାନ,ଶାନ୍ତନୁ ପ୍ରଧାନ ପିଣ୍ଟୁ ପ୍ରଧାନ,ରାଜୀବ ଲୋଚନ ପ୍ରଧାନ , ରେଢ଼ାଖୋଲ ବିଧାନସଭା ଆଇଟି ସଂଯୋଜକ ସଚିନ କୁମାର ପ୍ରଧାନଙ୍କ ସମେତ ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଯୁବ, ଛାତ୍ର ଓ ମହିଳା, ଶହ ଶହ କର୍ମକର୍ତ୍ତା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବର୍ତମାନ ର ବିଜେପି ସରକାରର ମିଥ୍ୟା ପ୍ରତିଶୃତି ଏବଂ ବିଜେଡି ସରକାରର ୨୪ ବର୍ଷର ସଫଳତା କୁ ଲୋକଙ୍କୁ ଅବଗତ କରାଇଥିଲେ I ଏହି ପଦଯାତ୍ରା ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ହେମାମୁରା ଗ୍ରାମ ରୁ ଆରମ୍ଭ ହେବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା I ଏହି ପଦଯାତ୍ରାରେ ଅତିଥି ଗଣଙ୍କୁ ଦୁଲଦୁଲି ବାଜା, ସମ୍ପର୍ଦା, ସଂକୀର୍ତନ ମଣ୍ଡଳୀର, ଆଦିବାସୀ ନୃତ୍ୟ ଗୀତର ତାଳେ ତାଳେ କର୍ମୀ ମାନେ ପାଛୋଟି ନେଇ ଥିଲେ ।

Recent Comments

Leave Comments

Top