କଣିହାଁ ୧୦/୧୦/୨୦୨୪(ଆଧାର ମିଡ଼ିଆ) କଣିହାଁ ବ୍ଲକ ବିଜିଗୋଳ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ବାର୍ଷିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମବାୟ ସମିତି ର ସଭାପତି ଦୀପିକା ରାଣୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ବେଳେ ସମ୍ପାଦକ ଗୌରୀ ନାଥ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏଥିରେ ଚଳିତ ବର୍ଷ ଖରିଫ ଫସଲ ଅମଳ ସହିତ ଡିସେମ୍ବର ମାସ ରେ ଧାନମଣ୍ଡି ଖୋଲିବା ପାଇଁ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମିତ ର କାର୍ଯ୍ୟକର୍ତ୍ତା ସୁରଥ କୁମାର ସାହୁ, ଚନ୍ଦ୍ରଶେଖର ପାଣି, ଶିବ ରାମ ସାହୁ, ଭଜମନ ସାହୁ, ସୁମନ୍ତ ପରିଡା, ବିଶିକେଶନ ମହାନ୍ତି, ଲମ୍ବୋଦର ପ୍ରଧାନ, ଭୀମସେନ ମହାପାତ୍ର ବିଷ୍ନୁଚରଣ ନାହକ ,ପ୍ରବାସୀ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ
Recent Comments