ଭଟଲି/ବରଗଡ଼/୧୧/୧୦/୨୦୨୪(ଆଧାର ମିଡ଼ିଆ): ଭଟଲି ବ୍ଳକ ଅନ୍ତର୍ଗତ ଗୌଡଗାଁ ଗ୍ରାମର ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ଶାରଦୀୟ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ବିଶାଳ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା ସହିତ ସ୍ଥାନୀୟ ବନ୍ଧରେ ପହଞ୍ଚିଥିଲା। ସେଠାରେ କଳସ ଆବାହନ କରି ପୂର୍ଣ୍ଣଜଳ କଳସ ନେଇ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ମା ବୁଡ଼ି କମଗେଇ ମନ୍ଦିର ସମ୍ମୁଖରେ କଳସ ସ୍ଥାପନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶାରଦୀୟ ପୂଜନୋତ୍ସବ ଉପଲକ୍ଷେ ଆଶ୍ଵିନ ଶୁକ୍ଳ ଅଷ୍ଟମୀ ସକାଳ ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବରେ ଗୋନ୍ତିଆ ରୋହିତ ସାହୁ, କୁନା ସାହୁ, ରାଜିବ ପଧାନ, ଉଦ୍ଧବ ବଢେଇ, ପ୍ରଶାନ୍ତ ସାହୁ, ସୁଦାମ ଭୋଇ, ରାମଚନ୍ଦ୍ର ନାଏକ ସପତ୍ନୀକ କାର୍ଯ୍ୟ ତୁଲାଇଥିଲେ। ଚକ୍ରଧର ଦାଶଙ୍କ ପୁରୋହିତ୍ବରେ ଚଣ୍ଡୀପାଠ କରିଥିଲେ। ଭଟଲି ବ୍ଲକ କୁଲତା ସମାଜ ସଭାପତି ସଞ୍ଜୟ କୁମାର ପ୍ରଧାନ, ସମ୍ପାଦକ ମାଧବ ପ୍ରସାଦ ସାହୁ, ରୂପରାଜ ସାହୁ, ବିଭୁତି ସାହୁ ଯୋଗ ଦେଇଥିଲେ । ଉପସ୍ଥିତ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଶ୍ରୀ ବୁଡି କମଗେଇ ମନ୍ଦିର ପରିଚାଳନା କମିଟି ସଭାପତି ଦୁଃଖନାସନ ସାମଳ ଏବଂ ସମ୍ପାଦକ କାର୍ତ୍ତିକ ସାହୁଙ୍କ ତତ୍ବାବଧାନରେ ଗ୍ରାମବାସୀ ଆୟୋଜନରେ ସହଯୋଗ କରିଥିଲେ।
Recent Comments