logo
add image
ନୂଆବର୍ଷରୁ ବିଜ୍ଞାପନ ବିନା ୟୁଟ୍ୟୁବ୍‌ରେ ଭିଡିଓ ଦେଖା ମହଙ୍ଗା

ନୂଆବର୍ଷରୁ ବିଜ୍ଞାପନ ବିନା ୟୁଟ୍ୟୁବ୍‌ରେ ଭିଡିଓ ଦେଖା ମହଙ୍ଗା

ଭୁବନେଶ୍ୱର,୧୯/୧୨/୨୦୨୪(ଆଧାର ମିଡ଼ିଆ)ନୂଆ ବର୍ଷରେ ଗୁଗୁଲ ଏହାର କୋଟି କୋଟି ୟୁଟ୍ୟୁବ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା ଦେବାକୁ ଯାଉଛି।ଏଥିରେ ବିଜ୍ଞାପନ ବିନା ୟୁଟ୍ୟୁବ୍‌ରେ ଭିଡିଓ ଦେଖିବା ଅଧିକ ମହଙ୍ଗା ହେବାକୁ ଯାଉଛି।ରିପୋର୍ଟ ଅନୁଯାୟୀ,ଜାନୁଆରୀରୁ କମ୍ପାନୀ ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ଯୋଜନା ମହଙ୍ଗା କରିବାକୁ ଯାଉଛି।କମ୍ପାନୀ ନିକଟରେ ୟୁଟ୍ୟୁବ୍ର ସବସ୍କ୍ରିପସନ୍ ଯୋଜନାକୁ ସର୍ବଭାରତୀୟ ସ୍ତରରେ ବୃଦ୍ଧି କରିଥିଲା ୟୁଟ୍ୟୁବ୍ର ନୂତନ ପ୍ରିମିୟମ୍ ସବସ୍କ୍ରିପସନ୍ ଯୋଜନା ଜାନୁୟାରୀ ୧୩ରୁ କାର୍ଯ୍ୟକାରୀ ହେବ।ଏପରି ପରିସ୍ଥିତିରେ ଉପଭୋକ୍ତାମାନେ ଜାନୁଆରୀ ୧୨ ପର୍ଯ୍ୟନ୍ତ ପୁରୁଣା ରେଟରେ ସବସ୍କ୍ରିପସନ୍ ପ୍ଲାନ୍ କିଣିପାରିବେ।ରିପୋର୍ଟ ଅନୁଯାୟୀ,ଆସନ୍ତା ବର୍ଷ ୧୩ ଜାନୁୟାରୀ ୨୦୨୫ରୁ ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ଯୋଜନା ମହଙ୍ଗା ହେବ।କମ୍ପାନୀ ପୂର୍ବ ଅପେକ୍ଷା ୧୦ ଡଲାର ଅଧିକ ଚାର୍ଜ କରିବାକୁ ଯାଉଛି।ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବ୍ ପ୍ରିମିୟମର ମୌଳିକ ଯୋଜନା ମୂଲ୍ୟ ପାଇଁ ୭୨.୯୯ ଡଲାର ଖର୍ଚ୍ଚ କରିବାକୁ ପଡୁଥିଲା। ଯୋଜନା ହାର ସଂଶୋଧିତ ହେବା ପରେ ଉପଭୋକ୍ତାଙ୍କୁ ୮୨.୯୯ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ।ଏହିପରି ଉପଭୋକ୍ତାଙ୍କୁ ୟୁଟ୍ୟୁବ୍ ପ୍ରିମିୟମ୍ ପାଇଁ ୧୦ ଡଲାର୍ ଅଧିକ ଖର୍ଚ୍ଚ କରିବାକୁ ପଡିବ।
 

Recent Comments

Leave Comments

Top