logo
add image
ଭୁକ୍ତା ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ଯ ଶିଳ୍ପ ତାଲିମ କେନ୍ଦ୍ର ରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ।

ଭୁକ୍ତା ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ଯ ଶିଳ୍ପ ତାଲିମ କେନ୍ଦ୍ର ରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ।

ଅମ୍ବାଭୋନା /ବରଗଡ,୨୬/୧୦/୨୦୨୪(ଆଧାର ମିଡ଼ିଆ)ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା କୃତାର୍ଥ ଆଚାର୍ଯ୍ଯ ଶିଳ୍ପ ତାଲିମ କେନ୍ଦ୍ର (ପିକେଏଆଇଟିସି) ୨୦୨୨-୨୪ବର୍ଷ ବ୍ଯାଚ ଛାତ୍ର ଛାତ୍ରୀଙ୍କ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ନାଏକ ଙ୍କ ଅଧ୍ଯକ୍ଷତା ରେ ମୁଖ୍ଯ ଅତିଥି ଅଦାନୀ ଗ୍ରୁପ ର ଅଫ ଇନଷ୍ଟିଚ୍ୟୁଟସନ ର ମ୍ଯାନେଜର ଶ୍ରୀ ଦୀପକ କୁମାର ଯୋଗଦାନ କରି ଅଧ୍ୟୟନରତ ଛାତ୍ର ମାନଙ୍କୁ ମାର୍ଗଦର୍ଶନ ଦେଇ ଆଇଟିଆଇ ପାଠକ୍ରମ ସଂପର୍କ ରେ ଆଲୋକପାତ କରିଥିଲେ।ଏହି ଅବସର ରେ ଚଳିତ ବର୍ଷ ଅନୁଷ୍ଠାନ ର ଦୁଇଟି ବିଭାଗ ର ଶ୍ରେଷ୍ଠ ଛାତ୍ର ମାନଙ୍କୁ ସ୍ବତନ୍ତ୍ର ଭାବେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ପାସ ଆଉଟ ଛାତ୍ର ମାନଙ୍କୁ ଭାରତ ସରକାରଙ୍କ ଦକ୍ଷତା ବିଭାଗ ଦ୍ବାରା ପ୍ରଦତ୍ତ ନେସନାଲ ଟ୍ରେଡ ସାର୍ଟିଫିକେଟ ପ୍ରଦାନ କରିଥିଲେ।ସେମାନେ ହେଲେ ଇଲେକ୍ଟ୍ରୋନିକ୍ସ ଟ୍ରେଡ ରେ ପ୍ରଥମ ସ୍ଥାନ ଗୌରୀଶଂଖର ସିଂ,ଦ୍ବିତୀୟ ସ୍ଥାନ କିସନ ପଧାନ, ତୃତୀୟ ସ୍ଥାନ ସୁନୀଳ ସାହୁ। ସେହିପରି ଫିଟର ଟ୍ରେଡ ରେ ପ୍ରଥମ ସ୍ଥାନ ଦିନେଶ ଗିରି, ଦ୍ବିତୀୟ ସ୍ଥାନ ଆକାଶ ଚନ୍ଦ୍ର, ତୃତୀୟ ସ୍ଥାନ ଚରଣ ପଧାନ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ଅନୁଷ୍ଠାନ ର ଅଧ୍ଯାପକ ଦିଲ୍ଲୀପ କୁମାର ସା, ବିବେକ ବାରିକ, ପ୍ରକାଶ ପ୍ରସାଦ, ଜଗନ କୁମାର ରଥ ଓ ଦୁର୍ଯ୍ୟୋଧନ ସହରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷ ରେ ଶ୍ରୀ ଯତୀନ୍ଦ୍ର ପଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top