logo
add image
ଦୁର୍ନିତୀର ଗନ୍ତାଘର ପାଲଟିଛି ବୋଲଗଡ ବ୍ଲକର ମନରେଗା ଯୋଜନା:ଭିଜିଲାନ୍ସର ଛାନ୍ ଭିନ୍‌।

ଦୁର୍ନିତୀର ଗନ୍ତାଘର ପାଲଟିଛି ବୋଲଗଡ ବ୍ଲକର ମନରେଗା ଯୋଜନା:ଭିଜିଲାନ୍ସର ଛାନ୍ ଭିନ୍‌।

ଖୋର୍ଦ୍ଧା,୨୭/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ରାଜ୍ୟରେ ସରକାର ବଦଳିଥିବାବେଳେ ଅଫିସରମାନଙ୍କ ଦୁର୍ନିତୀ କରିବାର ନିଶା ବଦଳିନାହିଁ।ନୂତନ ସରକାର ଦୁର୍ନିତୀକୁ ଦୃଢ଼ ହସ୍ତରେ ଦମନ କରିବାପାଇଁ ଡାଳେ ଡାଳେ ଗଲା ସମୟରେ ଲାଞ୍ଚଖୋର ଅଧିକାରୀ, ଯନ୍ତ୍ରୀ,କର୍ମଚାୀ,ଠିକାଦାର ଓ ଜନପ୍ରତିନିଧି ପତ୍ରେ ପତ୍ରେ ଯାଉଛନ୍ତି।ଏଥିପାଇଁ ରାଜ୍ୟ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ଚଢାଉ ଜୋରଦାର ଚାଲିଛି।ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମନରେଗା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ହେରଫେର ସଂକ୍ରାନ୍ତିୟ ଅଭିଯୋଗକୁ କେନ୍ଦ୍ର କରି ଚଢାଉ ଜାରୀ ରହିଛି।ସେଥି ମଧ୍ୟରୁ ଆରିକମା ପଞ୍ଚାୟତର ବେଗୁନିଆମୂଳ ଗ୍ରାମରେ ଛଅଲକ୍ଷ ଟଙ୍କା ବ୍ୟୟରେ ବେଗୁନିଆମୂଳ ଶ୍ମଶାସନଘାଟ ଭୂମୀ ଉନ୍ନତି କରଣ ଓ ଆଠ ଲକ୍ଷ ଟଙ୍କା ବ୍ୟୟରେ କାଳିଗିରି ନଇ ରାସ୍ତାର ଉନ୍ନତି କରଣ ନାମରେ ଟଙ୍କା ମଞ୍ଜୁର କରାଯାଇ ଅର୍ଥ ହଡପ କରାଯାଇଛି । ଏପରିକି ଏହାର ଗୋଟିଏ କୋର୍ଡ ଯାହାର ନଂ ହେଲା-୨୪୨୩୦୦୭୦୧୨/ଆରସି/୧୦୫୭୪୫୧୨(୪)ଅଟେ।ଏହି ଦୁର୍ନିତୀରେ ପଞ୍ଚାୟତର ଜିଆରଏସ ସରୋଜ କୁମାର ସାହୁ ଓ ସ୍ଥାନୀୟ ସମିତିସଭ୍ୟାଙ୍କ ସ୍ୱାମୀ ବୋଲଗଡ ବ୍ଲକର କନିଷ୍ଠଯନ୍ତ୍ରୀଙ୍କୁ ହାତ କରି ଦୁର୍ନିତୀ କରିଥିବାର ଆରିକମା ପଞ୍ଚାୟତର ସରପଞ୍ଚ ପ୍ରମୋଦ କୁମାର ରାଉତରାୟ ବାଙ୍କୋଇ ଫାଣ୍ଡିରେ ଚଳିତ ମାସ ୧୮ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ସେ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ,ପଞ୍ଚାୟତିରାଜମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ,ଭିଜିଲାନ୍ସ ବିଭାଗରେ ଜଣାଇବାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଳିତ ସପ୍ତାହରେ ବ୍ଲକ କାର୍ଯ୍ୟାଳୟକୁ ଆସି ତନାଘନା କରିଛନ୍ତି । ଦୀର୍ଘ ୨ଦିନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ଆରିକମା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ,ଜିଆରଏସ, ମେଟ୍‌, ବିଭାଗୀୟ କନିଷ୍ଟ ଯନ୍ତ୍ରୀ,ବ୍ଲକ ଏପିଓଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟକୁ ଡାକଇ ଜେରା କରିବା ସହିତ ସମସ୍ତ ଫାଇଲ ଗୁପିକ ଜବତ କରିଛନ୍ତି।ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଗତ କରୋନା ମହାମାରୀ ସମୟରୁ ୨୦୨୩ମସିହା ପର୍ଯ୍ୟନ୍ତ ମନରେଗାରେ ପ୍ରକଳ୍ପ କାର୍ଯ୍ୟର ବୋଲଗଡ ବ୍ଲକର ବିଭିନ୍ନ ପଞ୍ଚାୟତର କାର୍ଯ୍ୟଗୁଡିକ ମାଟି ବିଛାଇ ନାମକୁ ମାତ୍ର କାର୍ଯ୍ୟକରି ଲକ୍ଷାଧିକ ଟଙ୍କା ହେରଫେର ହୋଇ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ସବୁ ଦୁୁର୍ନିତୀ କରିବାପାଇଁ ବୋଲଗଡ ବ୍ଲକର ଶତାଧିକ ରାଜସ୍ୱ ଗ୍ରାମରେ ନିଯୁକ୍ତି ପାଇଥିବା ଗାଁସାଥୀ(ମେଟ୍‌)ମାନଙ୍କୁ କୈାଣସି ସୂଚନା କିମ୍ବା କାର୍ଯ୍ୟରେ ସାମିଲ କରିନାହାଁନ୍ତି । ଏସଂକ୍ରାନ୍ତରେ ବୋଲଗଡ ବ୍ଲକର ମେଟ ସଂଘର ସଭାପତି କମଳାକାନ୍ତ ବେବର୍ତ୍ତା ପଟ୍ଟନାୟକ ଲିଖିତ ଭାବେ ଗତକାଲି ଜିଲ୍ଲା ପ୍ରକଳ୍ପ ଅଧିକାରିଣୀ କସ୍ତୁରିବାଳା ଜେନାଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହି ମନରେଗା ଦୁର୍ନିତୀର ଅଧିକ ପର୍ଦ୍ଧାଫାସ କରିବା ପାଇଁ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Recent Comments

Leave Comments

Top