logo
add image
ବୋଲଗଡ଼ରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳାରେ ବିଧାୟକ ଓ ସାଂସଦଙ୍କ ଯୋଗଦାନ ।

ବୋଲଗଡ଼ରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳାରେ ବିଧାୟକ ଓ ସାଂସଦଙ୍କ ଯୋଗଦାନ ।

ଖୋର୍ଦ୍ଧା,୨୭/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ବିଜେପି ସଦସ୍ୟତା ଅଭିଯାଜନ ୨୦୨୪ କାର୍ଯ୍ୟକ୍ରମ ଜାରି ରହିଛି।ଏହି କ୍ରମରେ ରବିବାର ଦିନ ବେଗୁନିଆ ବୋଲଗଡ଼ ବିଜେପି ପକ୍ଷରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଂସଦଙ୍କ ପ୍ରତିନିଧି ତଥା ବିଜେପି ଯୁବ ସଂଗଠକ ରବୀନ୍ଦ୍ର କୁମାର ସୁବୁଦ୍ଧିଙ୍କ ଆବାହକତ୍ୱରେ ସ୍ଥାନୀୟ ନନ୍ଦିଘୋଷ ଭବନ ଠାରେ ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ,ବିଧାୟକ ପ୍ରାଥୀ ପ୍ରକାଶ ଚନ୍ଦ୍ର ବିଜୁଳୀ ଯୋଗଦେଇ ଉଭୟ ଦୁଇଟି ବ୍ଳକ୍ ବେଗୁନିଆ, ବୋଲଗଡ଼ ରେ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ବାନ ଦେଇଥିଲେ।ସେହିପରି ପଞ୍ଚାୟତ ନିର୍ବାଚନ ରେ ଦୁଇଟି ବ୍ଳକ୍ ଦଖଲ କରିବା ଏବଂ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ଗଡ଼ ଭୁସୁଡ଼ିବା ପରି ୨୦୨୯ ରେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଗଡ଼ ଭାଙ୍ଗି ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ସଙ୍ଗଠନ କୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ ନେତୃ ମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ।ଏଥିସହିତ ନିଜ ବକ୍ତବ୍ୟରେ କହିଥିଲେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଜୀଙ୍କ ୧୦ ବର୍ଷ ଶାସନ କାଳରେ କୃଷକ ଓ ଜନ କଲ୍ୟାଣକାରୀ ଯୋଜନା ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଏକଶହ ଦିନର କୃଷକ କଳ୍ୟାଣକାରୀ ଯୋଜନା ସହିତ ବିକାଶମୂଳକ କାର୍ଯ୍ୟ ଭାରତ ବର୍ଷର ରାଜନୈତିକ ଇତିହାସରେ ବିରଳ ଅଟେ।ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ କର୍ମୀ ମାନଙ୍କୁ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟ ଅନାଦି ସାହୁ ,ସାଂସଦ ସହ ପ୍ରତିନିଧି ମିଥୁନ ପାଇକରାୟ ,ପ୍ରକାଶ ଚନ୍ଦ୍ର ସାହୁ ,ସାଂସଦ ପ୍ରତିନିଧି ବେଗୁନିଆ ବାପି ପାଟ୍ଟଶାଣୀ , ବିଦ୍ୟୁତ୍ କାଣ୍ଡି , ଆରତ ତ୍ରାଣ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ଖୋର୍ଦ୍ଧା ବିଧାୟକ ଶ୍ରୀ ଜଗଦେବଙ୍କ ଆହ୍ବାନ କ୍ରମେ ବୋଲଗଡ଼ ବ୍ଳକ୍ ପୁର୍ବତନ ଉପାଧ୍ୟକ୍ଷ ଶ୍ରୀ ଦୁର୍ଯ୍ୟୋଧନ ସ୍ୱାଇଁ, ଯୁବ ସମାଜ ସେବୀ ଜଗନ୍ କୁମାର ନାୟକ, ୱାର୍ଡ଼ ସଭ୍ୟ ସୁନିଲ କୁମାର ନାୟକ ଓ ବହୁ ବିଜେଡ଼ି କର୍ମୀ ବିଜେପିରେ ଦଳୀୟ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧି ବିଜେପି ଦଳରେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବେଗୁନିଆ ବ୍ଲକର ୪୦ଗୋଟି ପଂଚାୟତର ଶହସ୍ରାଧିକ ବିଜେପି ର ଛାମୁଆ କର୍ମୀ ମାନେ ଯୋଗଦେଇଥିଲେ। ଆଗାମୀ ଦିନରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ବିଜେପି ସଦସ୍ୟତାରେ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

Recent Comments

Leave Comments

Top