logo
add image
ଆର୍ମି ନିଯୁକ୍ତି ରାଲି ରେ ପରବର୍ତ୍ତୀ ପର୍ଯ୍ୟାୟ କୁ ୨୪୫୭ ଉନ୍ନୀତ।

ଆର୍ମି ନିଯୁକ୍ତି ରାଲି ରେ ପରବର୍ତ୍ତୀ ପର୍ଯ୍ୟାୟ କୁ ୨୪୫୭ ଉନ୍ନୀତ।

ପୁରୀ,୨/୧୧/୨୦୨୪(ଆଧାର ମିଡ଼ିଆ )ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଆର୍ମି ରିକ୍ୟୁଟମେଣ୍ଟ ରାଲି ରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ୨୪୫୭ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିଛନ୍ତି।ଏଥିରେ ୨୦୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରାର୍ଥୀ ମାନଙ୍କ ର ମେଡ଼ିକାଲ ଫିଟନେସ୍ କରାଯାଇ ଅଗ୍ନୀବୀର ଭାବେ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ସୁବାସ ଚନ୍ଦ୍ର ବେହେରା,ଆର୍ମି ର ରିକ୍ୟୁଟିମେଣ୍ଟ କର୍ଣ୍ଣେଲ ଏମ ଏମ ମୟଙ୍କ ଓ ମେଜର ହେମେନ୍ଦ୍ର ସିଂହ ସୂଚନା ଦେଇଛନ୍ତି।କଟକର ଆର୍ମି ରିକ୍ୟୁଟିମେଣ୍ଟ କାର୍ଯ୍ୟାଳୟ,ଜିଲ୍ଲା ପ୍ରଶାସନ ଓ ପୁରୀ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ନିଯୁକ୍ତି ରାଲିରେ ପୂର୍ବରୁ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ଉନ୍ନୀତ ହୋଇ ମୋଟ ୩୧୫୭ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ,ଯେଉଁ ଥିରେ ୩୧୪ ମହିଳା ପ୍ରାର୍ଥୀ ସାମିଲ ଥିଲେ।ଏହି ରିକ୍ୟୁଟିମେଣ୍ଟ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ହୋଇ ଥିବାରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ନିଯୁକ୍ତି ରାଲି ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଆରକ୍ଷୀ ବିଭାଗ,ପୁରୀ ପୌରପାଳିକା,ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ,ପାନୀୟ ଜଳ ଓ ପରିମଳ ବିଭାଗ,ୱ୍ବାଟକୋ,ଟିପିସିଓଡିଏଲ,ବିଏସଏନଏଲ,ଆଞ୍ଚଳିକ ପରିବହନ ବିଭାଗ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Recent Comments

Leave Comments

Top