logo
add image
ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ବିଳମ୍ବ ଯୋଗୁଁ ଯାତ୍ରୀ ଅସନ୍ତୋଷ।

ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ବିଳମ୍ବ ଯୋଗୁଁ ଯାତ୍ରୀ ଅସନ୍ତୋଷ।

ବଡ଼ବିଲ,୦୫/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ସଞ୍ଜୟ ସିହ୍ନା)ବିଭିନ୍ନ ପର୍ବ ପର୍ବାଣୀ ଅବସରରେ ରେଳ ବିଭାଗ ଦ୍ଵାରା ପୁରା ଭାରତ ବର୍ଷରେ ବିଭିନ୍ନ ଅଞ୍ଚଳ ପାଇଁ ୭୪୩୫ ଟ୍ରେନ ଯାତ୍ରୀ ମାନଙ୍କ ପାଇଁ ପ୍ରଦାନ କରୁଥିବା ବେଳେ,ଅନ୍ୟପକ୍ଷରେ ବଡ଼ବିଲ ଠାରୁ ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନଟି ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଖଣି ଅଞ୍ଚଳରୁ ଅନ୍ୟ ସ୍ଥାନକୁ ମାଲବାହୀ ଟ୍ରେନ ଦ୍ଵାରା ଖଣିଜ ପଦାର୍ଥ ପରିବହନ ନିମନ୍ତେ ଯାତ୍ରୀ ବାହି ଟ୍ରେନ କୁ ଘଣ୍ଟା ଘଣ୍ଟା ଠିଆ କରିବା ପାଇଁ ଚକ୍ରଧରପୁର ରେଳ ଡିଭିଜନ ଓ ହାୱଡା ଡିଭିଜନ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି,ଯାହାଫଳରେ ଯାତ୍ରୀମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।ବେଳେବେଳେ ଯାତ୍ରୀମାନେ ଅନ୍ୟ ଟ୍ରେନ କିମ୍ବା ବସକୁ ଠିକ ସମୟରେ ପାଇପାରୁନଥିବାରୁ ବହୁତ ହଇରାଣ ହେବାର ମଧ୍ୟ ଦେଖିବାକୁ ମିଳିଛି। ରେଲବିଭାଗର ଏଭଳି କାର୍ଯ୍ୟକଳାପକୁ ଯାତ୍ରୀମାନେ ଓ ବୁଦ୍ଧିଜୀବି ମହଲରେ ଖୁବ ନିନ୍ଦା କରୁଛନ୍ତି।

Recent Comments

Leave Comments

Top