ଖୋର୍ଦ୍ଧା,୬/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳ ସ୍ଥିତ ଓଡ଼ିଶା ଟେଲିଭିଜନ ଚ୍ୟାନେଲର ତରଙ୍ଗ ଷ୍ଟୁଡିଓରେ ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।ସୁଚନା ଅନୁଯାୟୀ ଖୋର୍ଦ୍ଧା ସାରୁଅ ଶିଳ୍ପା ଅଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୁଟିଙ୍ଗି ଚାଲିଥିଲା।ସୁଟିଙ୍ଗି କାର୍ଯ୍ୟସାରି ଗେଟ ବନ୍ଦ କରି କର୍ମଚାରୀମାନେ ଚାଲିଯାଇଥିଲେ।ପରେ କୌଣସି କାରଣରୁ ଷ୍ଟୁଡିଓ ନମ୍ବର ୪ରେ ନିଆଁ ଲାଗିଯାଇଥିଲା।ବହୁ ମୂଲ୍ୟବାନ ସାମଗ୍ରୀ ସହିତ କ୍ୟାମେରା ଓ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା।ତେବେ ଭୋର ୪ଟା ସମୟରେ ହୁତୁ ହୂତୁ ହୋଇ ଷ୍ଟୁଡ଼ିଓ ଜଳୁଥିବାର ଖବର ମିଳିବା ପରେ ପ୍ରଥମେ ବେଗୁନିଆ ଓ ପରେ ଖୋର୍ଦ୍ଧା ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ବହୁ ପରିଶ୍ରମ କରି ଆୟତ୍ତ କରିଥିଲେ।ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିଲା।ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କର କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି।
Recent Comments