logo
add image
ଶ୍ରୀ ଦଧିବାମନ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଶ୍ରୀ ଦଧିବାମନ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଭଟଲି/ବରଗଡ଼/୧୫/୧୧/୨୦୨୪(ଆଧାର ମିଡ଼ିଆ): ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ଦଧିବାମନ ଧାମ ଭଟଲି ଠାରେ ପବିତ୍ର ରାସ ପୂର୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଯାଇଛି l କାର୍ତ୍ତିକମାସର ଅନ୍ତିମ ବୁଡ଼ ପକାଇ ଘିଅ ସଳିତା ଜାଳିଥିଲେ ଏବଂ ଡ଼ଙ୍ଗା ଭସାଇ କାର୍ତ୍ତିକ ବ୍ରତ ସମ୍ପୂର୍ଣ କରିଥିଲେ l କାର୍ତ୍ତିକବ୍ରତୀ ମାନେ ମହାପ୍ରଭୁ ଦଧିବାମନଙ୍କ ସ୍ୱୟଂ ଆବିର୍ଭୁତ ପବିତ୍ର ଚକ୍ରପୁଷ୍କରିଣୀ ବା ଚକ୍ରତୀର୍ଥରେ ବୁଡ଼ ପକାଇ ବାଲୁଙ୍କା ପୂଜା, ରାଇ ଦାମୋଦର ପୂଜା ପରେ ବାବା ବିମଲେଶ୍ୱର ମନ୍ଦିରରେ ପୂଜା, ତୁଳସୀ ପୂଜା ଏବଂ ମଙ୍ଗଳଆଳତୀ ପରେ ଶ୍ରୀ ମନ୍ଦିରେ ପହଞ୍ଚିଥିଲେ । ବ୍ରହ୍ମମୁହୂର୍ତରୁ ମନ୍ଦିର ସେବକଙ୍କ ଦ୍ୱାରା ଶୁଭ ଶଙ୍ଖ ନାଦ କରି ମହାପ୍ରଭୁଙ୍କ ପହଡଭଙ୍ଗ ନୀତି, ଦ୍ୱାର ଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି, ବେଶ ପରିବର୍ତ୍ତନ, ଗୋପାଳ ବଲ୍ଲଭ ଭୋଗ, ଦ୍ୱାରପାଳ ପୂଜା, ରୋଷ ପୂଜା ପରେ ସକାଳ ଧୂପ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା l  ମାସସାରା ଶ୍ରୀମନ୍ଦିରରେ କାର୍ତ୍ତିକ ମହାତ୍ମା ବୋଲାଯାଇ ଆଜି ଉଦଯାପିତ ହୋଇଥିଲା l ପରମ୍ପରା କ୍ରମେ ଭକ୍ତ ପରମାନନ୍ଦଙ୍କ ବଂଶଧର ମନ୍ଦିରରେ ନୂତନ ନେତ ବାନ୍ଧିଥିଲେ l ସନ୍ଧ୍ୟା ସମୟରେ ସମସ୍ତ କିର୍ତ୍ତନ୍ୟ ମଣ୍ଡଳୀ ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜଗଧାତ୍ରୀ ଏବଂ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇ ବେଢ଼ା ପରିକ୍ରମା କରିଥିଲେ। ହରିବୋଲ ହୁଳହୁଳି ପରେ ସାମୁହିକ ପ୍ରସାଦ ସେବନ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ଜଣ ସମାଗମ ହୋଇଥଲା।

 

Recent Comments

Leave Comments

Top