logo
add image
ବିଶିଷ୍ଟ ନାଟ୍ୟକାର କ୍ଷୀତିପତି ସାହୁଙ୍କ ପତ୍ନୀ ବିୟୋଗ

ବିଶିଷ୍ଟ ନାଟ୍ୟକାର କ୍ଷୀତିପତି ସାହୁଙ୍କ ପତ୍ନୀ ବିୟୋଗ

ଭଟଲି/ବରଗଡ଼/୧୬/୧୧/୨୦୨୪(ଆଧାର ମିଡ଼ିଆ): ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଶାଇପାଲିର ମୂଳ ବାସିନ୍ଦା ତଥା କୁସନପୁରୀ ଗ୍ରାମର ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ କ୍ଷିତିପତି ସାହୁଙ୍କ ପତ୍ନୀ ଚନ୍ଦ୍ରକାନ୍ତି ସାହୁଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହୋଇଥିଲା । ସେ ମିଷ୍ଠ ଭାଷୀ ତଥା ଧର୍ମପରାୟଣ ଥିଲେ। ବିଶିଷ୍ଟ ନାଟ୍ୟକାର, ଲେଖକ ସ୍ବାମୀ ସ୍ୱର୍ଗତ କ୍ଷୀତିପତି ସାହୁଙ୍କ କଳା ସାଧନାରେ ତାଙ୍କର ପ୍ରତ୍ୟକ୍ଷ ସହଯୋଗ ଥିଲା। ମୃତ୍ୟ ଶଯ୍ୟାରେ ପୁଅ ଶ୍ରବଣ, ଉତ୍ପଲ, ସୋମଦତ୍ତ ଏବଂ ଝିଅ ଲାବଣ୍ୟବତି ଉପସ୍ଥିତ ଥିଲେ। ବିଳମ୍ୱିତ ରାତିରେ ତାଙ୍କ ଶବଦାହ କରାଯାଇଥିଲା। ବଡ଼ପୁଅ ଶ୍ରବଣ ମୁଖାଗ୍ନି ଦେଇଥିଲେ। ଏଥିରେ ପରିବାର ପରଜନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Recent Comments

Leave Comments

Top