ବୌଦ୍ଧ,୧୬/୧୧/୨୦୨୪(ଆଧାର ମିଡ଼ିଆ)ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପାଠାଗାର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଚତୁର୍ଥ ସ୍ତମ୍ବ ଗଣମାଧ୍ୟମର ଉର ଦାୟିତ୍ୱ ଏବଂ ଗଣମାଧ୍ୟମର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ନଗରପାଳ ବୌଦ୍ଧଗଡ ଏନଏସି ମୃତ୍ୟୁଂଜୟ ମିଶ୍ର,ଅଧ୍ୟାପକ ପ୍ରତାପ କୁମାର ରଥ,ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ ଓ ମୁଖ୍ୟବକ୍ତା ଭାବରେ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ହାଡିବନ୍ଧୁ ମହାକୁଡ ଯୋଗଦେଇ ଡିଜିଟାଲ ମିଡିଆ ଯୁଗରେ ସାମ୍ବାଦିକତାର ପରିର୍ବିତ ରୂପ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ସଭା ପ୍ରାରମ୍ଭରେ ଦିବଙ୍ଗତ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଜାତୀୟ ପ୍ରେସ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ବାରିକ୍,ରତ୍ନାକର ବେହେରା,ଭାର୍ଜନ କୁମାର ପ୍ରଧାନ,ସୀତାକାନ୍ତ ସିଂହ,ପ୍ରିତିରଂଜନ ଦାସ,ସୁଧାଂଶୁ ଶେଖର ମିଶ୍ର,ସଂଜିବ କୁମାର ମହାକୁଳ,ଭାଗବତ ମେହେର ଓ ମୁକେଶ ପାଢିଙ୍କୁ ଅତିଥିମାନଙ୍କ ଦ୍ୱାରା ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର,ଆର୍ଯ୍ୟ ନାରାୟଣ ଦେବ,ତୃପ୍ତିମୟୀ ଭଞ୍ଜ ଓ ଶ୍ରଦ୍ଧାଞ୍ଜଳୀ ସାହୁ ଜାତୀୟ ପ୍ରେସ ଦିବସ ଊପଲକ୍ଷେ ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରତ୍ନପ୍ରିୟା ଅଗ୍ରୱାଲା,ରଘୁନାଥ ପଟ୍ଟନାୟକ,କିରାନ୍ୟା ଆଚାର୍ଯ୍ୟ,ଆର୍ଯ୍ୟ ନାରାୟଣ ଦେବ,ସ୍ୱାସ୍ତିସ୍ନେହା ଶାସିନୀ,ରୁତୁପର୍ଣ୍ଣା ସାମଲ,ଶ୍ରଦ୍ଧାଞ୍ଜଳୀ ସାହୁ,ଭବାନୀ ବେହେରା,ପ୍ରୟାସ ପ୍ରତୀକ ପାଣିଗ୍ରାହୀ,ମହେଶ ରାଉଳ,ତୃପ୍ତିମୟୀ ଭଞ୍ଜ,ବର୍ଷାରାଣୀ ମେହେର,କୃିଷ୍ଣାମୟୀ ମହାକୁଡଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମରେ ସହଯୋଗ ପାଇଁ ନିଳଲୋହିତ ମହାପାତ୍ର,ସ୍ୱାଧୀନ କୁମାର ପରିଡା,ବୀର କିଶୋର କର୍ମି ଓ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମର୍ଜାକୁଦ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କର୍ଣ୍ଣ ପରିଚାଳନା କରିଥିବାବେଳେ ସାହିତ୍ୟିକ ନିଳଲୋହିତ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
Recent Comments