logo
add image
କଇଁଛ ଙ୍କ ସୁରକ୍ଷା ପାଇଁ କଟକଣା,ରାତ୍ରିରେ ସମୁଦ୍ର ଭିତରେ ଆଲୋକ ମାଳା।

କଇଁଛ ଙ୍କ ସୁରକ୍ଷା ପାଇଁ କଟକଣା,ରାତ୍ରିରେ ସମୁଦ୍ର ଭିତରେ ଆଲୋକ ମାଳା।

କାକଟପୁର,୧୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ଅଲିଭରିଡିଲେ କଇଁଛ ଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ ରାଜ୍ୟ ସରକାର ଏହି ବିରଳ ପରିବେଶ ସୁରକ୍ଷାକାରି କଇଁଛ ଙ୍କ ସୁରକ୍ଷା ପାଇଁ ସରକାର ଙ୍କ ତରଫରୁ ଏକ ସ୍ୱତନ୍ତ୍ର ନିର୍ଦ୍ଧେଶ ଜାରି ହୋଇଛି।ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ରେ ୨୦ କିଲୋମିଟର ଭିତରେ କୌଣସି ଟ୍ରଲର ମାଛମାରିବେ ନାହିଁ,କାରଣ ଏହି ସମୟ ରେ ଏହି ଅଞ୍ଚଳ ରେ ଟ୍ରଲର ପ୍ରବେଶ କଲେ ବିରଳ ଅଲିଭରିଡଲେ କଇଁଛ ଙ୍କ ଜୀବନ ପ୍ରତି ବିପଦ ରହିଥାଏ,ଆମ ଅସ୍ତରଙ୍ଗ ଉପକୂଳ ସାମୁଦ୍ରିକ ଅଞ୍ଚଳ ଏହି ବିରଳ କଇଁଛ ଙ୍କ ପ୍ରଜନନ ପାଇଁ ଉପକୂଳ ପରିବେଶ ହୋଇଥିବାରୁ,ପ୍ରତ୍ୟେକ ବର୍ଷ ଏହି ସମୟ ରେ ହଜାର ହଜାର ସଂଖ୍ୟା ରେ କଇଁଛ ଆସିଥାନ୍ତି,ତେଣୁକରି ବନବିଭାଗ,ମତ୍ସ୍ୟ ବିଭାଗ କୁ ଏହି କଟକଣା କୁ କଡାକଡ଼ି ଭାବେ ପାଳନ କରିବାକୁ ସରକାର ଙ୍କ ନିର୍ଦ୍ଧେଶ ରହିଛି,ଯଦିଓ ଏହି ସମୟ ଭିତରେ ବନବିଭାଗ କିଛି କଟକଣା ଉଲ୍ଲଙ୍ଘନ କାରି ଟ୍ରଲର କୁ ଜବତ କରି ଫାଇନ ଆଦାୟ କରିଛି କିନ୍ତୁ ଆଉ ଏକ ସନ୍ଦେହଜନକ ଦୃଶ୍ୟ ସମୁଦ୍ର ଭିତରେ ରାତି ସମୟ ରେ ଦୃଶ୍ୟମାନ ହେଉଛି।ରାତ୍ରି ରେ ସମୁଦ୍ର କୂଳ ରୁ ଦୃଷ୍ଟି ନିକ୍ଷେପ କଲେ ସମୁଦ୍ର ଭିତରେ ଏକାଧିକ ଟ୍ରଲର ଙ୍କ ଲାଇଟ ଜଳୁଥିବା ଦେଖାଯାଉଛି,ବିଶେଷସୂତ୍ର ରୁ ଶୁଣିବାକୁ ମିଳୁଛି କିଛି ଟ୍ରଲର ମାଲିକ କହୁଛନ୍ତି ସେମାନଙ୍କ ଟ୍ରଲର ଏଠି ଆଙ୍କର କରିଛି,କିନ୍ତୁ ଏହି କଥା ସହଜ ରେ ବୁଦ୍ଧିଜୀବୀ ଓ ପରିବେଶବିତ୍ତ ଙ୍କୁ ଗ୍ରହଣ ହେଉନାହିଁ,ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳ ର ପରିବେଶବିତ୍ତ ଶ୍ରୀଯୁକ୍ତ ଶୋଭାକର ବେହେରା ଙ୍କ ମତାମତ ଆମେ ନେଇଥିଲୁ, ତାଙ୍କ କହିବା ଅନୁଯାୟୀ ସମୁଦ୍ର ତଟ ରୁ ରାତିରେ ଫିସିଂ ଟ୍ରଲର ଙ୍କ ଆଲୋକମାଳା ଦୃଶ୍ୟ ହେଉଛି ମାନେ ନିଶ୍ଚିନ୍ତ ଟ୍ରଲର ଅଛି,କିନ୍ତୁ ଏହା ଆଇନ ଅନୁସାରେ ଅଛନ୍ତି କି କଟକଣା ଉଲ୍ଲଙ୍ଘନ କରି ମାଛ ମାରୁଛନ୍ତି ନିଷିଦ୍ଧାଅଞ୍ଚଳ ରୁ ତାହା ସ୍ପଷ୍ଟ କରିବା ସାଧାରଣ ରେ ସମ୍ଭବ ନୁହେଁ, ଏଥିପାଇଁ ବନବିଭାଗ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରିବା ନିତ୍ୟାନ୍ତ ଆବଶ୍ୟକ ଓ ରାତିରେ ପେଟ୍ରୋଲିଙ୍ଗ କଲେ ହିଁ ଜଣାପଡିବ ପ୍ରକୃତ ରେ ଏହି ଟ୍ରଲର ମାନଙ୍କ ର କି ପ୍ରକାର ଭୂମିକା ରହିଛି ବର୍ତ୍ତମାନ କଟକଣା ସମୟ ରେ l
 

Recent Comments

Leave Comments

Top