logo
add image
ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ।

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ।

ବୌଦ୍ଧ,୨୦/୧୧/୨୦୨୪(ଆଧାର ମିଡ଼ିଆ)ବୌଦ୍ଧ ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ଯୁବ ଉତ୍ସବ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମ ଆସନ୍ତା ତା ୨୨.୧୧.୨୦୨୪ରିଖ(ଶନିବାର) ଦିନ ଜିଲ୍ଲା ସଂଗ୍ରହାଳୟରେ ସକାଳ ୯.୦୦ ଘଟିକା ସମୟରେ ଅନୁଷ୍ଠିତ ହେବ।ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଲୋକନୃତ୍ୟ(ଏକାକୀ/ଦଳଗତ),ଲୋକସଙ୍ଗୀତ(ଏକାକୀ/ଦଳଗତ), ପଦ୍ୟ,ଗଳ୍ପ ଲିଖନ,ଚିତ୍ରକଳା,ବକ୍ତୃତା ଅନୁଷ୍ଠିତ ହେବ ଏବଂ ଜିଲ୍ଲାର ସମସ୍ତ ଯୁବ କଳାକାର (୧୫ ରୁ ୨୯)ବର୍ଷ ବୟସର ଯୁବକ ଯୁବତୀ ନିଜର ଆଧାର କାର୍ଡ ସହିତ ଯୋଗଦାନ କରିପାରିବେ।ଉକ୍ତ ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକୁର ଜାନୀ, ଦେବାଶିଷ ପୁରୋହିତ,ବାଞ୍ଛାନିଧି ପ୍ରଧାନ,ଗୋପାଳକୃଷ୍ଣ ବେହେରା,ଅରୁଣ ମେଣ୍ଡିଲି, ବସନ୍ତ ସାହୁ,ସନ୍ତୋଷ କର୍ଣ୍ଣ,ବସନ୍ତ ବୋଷ,ଅସ୍ମାନ ମହାକୁଡ,ଆନନ୍ଦ ବେହେରା,ଲକ୍ଷ୍ମୀଧର ବେହେରା,ନିର୍ଗୁଣ ମହାକୁଡ,କୃତିବାସ ପଲିଆ ଙ୍କ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ସଭା ପ୍ରାରମ୍ଭରେ ସ୍ଵାଗତ ଭାଷଣ ଓ ଶେଷରେ ଜିଲ୍ଳା ସଂସ୍କୃତି ଅଧିକାରୀ ଅକୁର ଜାନୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
 

Recent Comments

Leave Comments

Top