logo
add image
ସୁବର୍ଣପୁର ଡ୍ରପଆଉଟ ଛାତ୍ରଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ।

ସୁବର୍ଣପୁର ଡ୍ରପଆଉଟ ଛାତ୍ରଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ।

ସୁବର୍ଣ୍ଣପୁର,୨୧/୧୧/୨୦୨୪(ଆଧାର ମିଡ଼ିଆ)ସଦର ସୁବର୍ଣ୍ଣପୁର ଜିଲ୍ଲା କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ସୁଶ୍ରୀ କୁମୁଦିନୀ ମୁଦୁଲି ଡ୍ରପ ଆଉଟ ଛାତ୍ରଛାତ୍ରୀମାନଙ୍କ ନାମଲେଖା ସହିତ ସେମାନଙ୍କ ଶିକ୍ଷା ପ୍ରତି ଉନ୍ନତି କରିବା ଉଦ୍ଧେଶ୍ୟକୁ ସଭାରେ ଉପସ୍ଥାପିତ କରିଥିଲେ।ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଦୁର୍ବଳ ଓ ଅନଗ୍ରସର ଶିଶୁଙ୍କ ଶିକ୍ଷା ବିଷୟକ କଥା ଉପସ୍ଥାପିତ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ସ୍ୱାଗତ ଅଭିଭାଷଣ ଦେବା ସହିତ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ।ସୁଶ୍ରୀ ସ୍ମିତାରାଣୀ ନାୟକ ସହ ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପ୍ରମୋଦ  ସାହୁ, ଦିପ୍ତିମୟୀ ପାଳିଆ, ଦିଲେଶ୍ଵର ଦାସ,ଗୌରୀ ବଗର୍ତ୍ତୀ,ମିଳି ସାହୁ,କିଷାନ ମାଝୀ ପ୍ରଭୁତି ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
 

Recent Comments

Leave Comments

Top