ଖୋର୍ଦ୍ଧା,୨୪/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ମହକୁମା ସରସ୍ବତୀ ଶିଶୁ ମନ୍ଦିର ଠାରେ ଶନିବାର ମଧ୍ୟାହ୍ନ ଠାରୁ ବୋଲଗଡ଼ ଦୁଈ ଦିବସୀୟ ବଜରଙ୍ଗ ଦଳ ପରିଚୟ ବର୍ଗ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶ୍ରୀ ସତ୍ୟ ନାରାୟଣ ପାଣିଗ୍ରାହୀ,ଖୋର୍ଦ୍ଧା ବିଭାଗ ସମ୍ପାଦକ ବିଭୁଦେନ୍ଦୁ ବିଦ୍ୟାଧର,ବିଭାଗ ସଂଯୋଜକ ନିତ୍ୟଜିତ ଚମ୍ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବର୍ଗରେ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ ବଜରଙ୍ଗ ଦଳର ସ୍ଥାପନା,ଉଦେଶ୍ୟ ଓ ଉପଲବ୍ଧି ସମ୍ବନ୍ଧ ରେ ମାର୍ଗଦର୍ଶନ କରିଥିଲେ।ସେହିପରି ସଂଗଠନ ସମ୍ପାଦକ ସଂଗଠନର ଗତିବିଧି ଓ କାର୍ଯ୍ୟ ଶୈଳୀ ଉପରେ ମାର୍ଗ ଦର୍ଶନ କରିଥିଲେ।ପରବର୍ତ୍ତୀ ସମୟରେ ଜିଲ୍ଲା ସମିତି ର ପୂର୍ଣ୍ଣାଙ୍ଗ ଗଠନ, କାର୍ଯ୍ୟ ବିସ୍ତାର,ଗୋମାତା ସୁରକ୍ଷା ଓ ଧର୍ମନ୍ତରି କରଣ ସମ୍ବଦ୍ଧ ରେ ବିସ୍ତୁତ ଆଲୋଚନା କରାଯାଇଥିଲେ।ଏହି ବୈଠକ କୁ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମ କର୍ତ୍ତା ଯୋଗଦେଇ ସହଯୋଗ କରିଥିଲେ।ପରିଶେଷରେ ଜିଲ୍ଲା ଗୋ ରକ୍ଷା ପ୍ରମୁଖ ମୁକେଶ ସାମନ୍ତରାୟ ଶାନ୍ତି ପାଠ କରାଇ ଉଦଯାପନ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଦୁଇ ଜିଲ୍ଲା ର ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।
Recent Comments