logo
add image
ବାଞ୍ଜିବେର୍ଣ୍ଣା ଗାଁ ରେ ବୁଣାକାର ମାନଙ୍କୁ ଆକାଂକ୍ଷା ଲେଡୀସ କ୍ଳବ ତରଫରୁ ସହାୟତା।

ବାଞ୍ଜିବେର୍ଣ୍ଣା ଗାଁ ରେ ବୁଣାକାର ମାନଙ୍କୁ ଆକାଂକ୍ଷା ଲେଡୀସ କ୍ଳବ ତରଫରୁ ସହାୟତା।

ସମ୍ବଲପୁର/ରେଙ୍ଗାଲି,୨୬/୧୧/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)ବାଞ୍ଜିବେର୍ଣ୍ଣା ଗାଁ ରେ ବୁଣାକାର ମାନଙ୍କୁ  ଆକାଂକ୍ଷା ଲେଡୀସ କ୍ଳବ ତରଫରୁ ସହାୟତା ପ୍ରଦାନ l ଅନେକ  ଦିନ ହେଲା ଏହି ଗାଁ ର ବୁଣାକାର ମାନେ ଅଛନ୍ତି କିନ୍ତୁ ଏଥିପାଇଁ ଆବଶ୍ୟକ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ଯୋଗୁଁ ଧୀରେ ଧୀରେ ଏମାନେ ତାଙ୍କ କୌଳିକ ବୃତ୍ତି ହରାଇ ବସିଲେଣି ଏବଂ ଏମାନଙ୍କୁ ଯଦି ବୁଣିବା ମେସିନ କିମ୍ବା ଅତ୍ୟାଧୁନିକ କୌଶଳ ପ୍ରଦାନ କରାଗଲେ ଏମାନେ ନିଜେ ଶାଢ଼ୀ କିମ୍ବା ହସ୍ତ ତନ୍ତ ସାମଗ୍ରୀ ବନେଇ ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ଭରଣ ପୋଷଣ ମଧ୍ୟ କରିପାରିବେ।ଏହାକୁ ନେଇ ଆକାଂକ୍ଷା ଲେଡୀସ କ୍ଳବ କୁ ଜଣାଇଥିଲେ।ଆକାଂକ୍ଷା ଲେଡୀସ କ୍ଳବ ର ପ୍ରେସିଡେଣ୍ଟ ଶ୍ରୀମତି ନିଲମ୍ ସିଂ ସଦା ସର୍ବଦା ଅଞ୍ଚଳ ର ବିକାଶ ଦିଗରେ ଅଣ୍ଟା ଭିଡିଛନ୍ତି ସେ ଏହା ଶୁଣିବା କ୍ଷଣି ଏହି ଅଂଚଳ ରେ ବୁଣାକାର ମାନଙ୍କ ପାଇଁ ଅତ୍ୟାଧୁନିକ ହସ୍ତ ତନ୍ତ ମେସିନ ଯୋଗାଇ ଦେବା ସହିତ ବାନ୍ଧ କଳା ର ତାଲିମ ବ୍ୟବସ୍ଥା ମଧ୍ୟ କରିଥିଲେ।ଖାଲିଯେ ବୁଣାକାର ନୁହନ୍ତି ଅନ୍ୟ କାମ ପାଇଁ ମଧ୍ୟ ସେ ସାହାଯ୍ୟର ହାତ ବଢ଼ାଇ ଥାନ୍ତି ଏବଂ ଆଗକୁ ମଧ୍ୟ ରେଙ୍ଗାଲି  ସମେତ ବିଭିନ୍ନ ଅଂଚଳ ର  ଲୋକଙ୍କ ଦାବି ଅନୁସାରେ ଯାହା ଦରକାର ପଡିବ ଆମେ  ଯୋଗାଇ ଦେବୁ ବୋଲି କହିଥିଲେ କ୍ଲବ ର ସଭାନେତ୍ରୀ।ସ୍ଥାନୀୟ ମହିଳା ମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ସହ ବେଶ ଖୁସି ଅନୁଭବ କରିଥିଲେ। 
 

Recent Comments

Leave Comments

Top