ଢେଙ୍କାନାଳ/ଓଡାପଡା,୨୭/୧୧/୨୦୨୪(ଆଧାର ମିଡ଼ିଆ)କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦେଶବ୍ୟାପୀ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ରାଲି ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସମାରୋହରେ ଉପସ୍ଥିତ ଥିବା ପୁଷ୍ପକ ତ୍ରିପାଠୀ ଜ଼ିଲ୍ଲା ଶିଶୁ ମଙ୍ଗଳ ଅଧକ୍ଷ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିତା ଶର୍ମା,ଜ଼ିଲ୍ଲା ସଂଯୋଜକ ଆକ୍ସନ ଏଡ଼ ଅର୍ଚ୍ଚନା ଶର୍ମା,ଓଡାପଡା କଲେଜ ଅଧକ୍ଷ ଶମ୍ଭୁ ପ୍ରସାଦ ପ୍ରଧାନ, ସମାଜସେବୀ ମହମଦ ସୋଫିକ ଜ଼ିଲ୍ଲା ଶିଶୁ ମଙ୍ଗଳଙ୍କ କମିଟି ସଦସ୍ୟା କୁସିଦା ବେଗମ ଓ ଓଡାପଡା ସଡିପିଓ ତଥା(CMPO)ନିବେଦିତା ତ୍ରିପାଠୀ ବାଲ୍ୟ ବିବାହ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ।ବିଶ୍ୱ ଯୁବ କେନ୍ଦ୍ର ଶିଶୁମାନଙ୍କ ପାଇଁ ନ୍ୟାୟ ଅଧିକାରର ଏକ ଅଂଶ ଯାହା ଶିଶୁ ସୁରକ୍ଷା ଅଧିକାର ପାଇଁ କାର୍ଯ୍ୟ କରୁଥିବା ୨୫୦ ରୁ ଅଧିକ ସ୍ବେଛାସେବୀ ସଂଗଠନ ଅଂଶୀଦାରଙ୍କ ଏକ ଜାତୀୟ ମେଣ୍ଟ ଅଟେ।ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ବାଲ୍ୟ ବିବାହ ବିରୋଧରେ ଭାରତ ସରକାର ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ବିଶ୍ୱ ଯୁବ କେନ୍ଦ୍ର ସହଯୋଗରେ ରାଲି, ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ବିଶ୍ୱ ଯୁବ କେନ୍ଦ୍ର ଦେଶର ୪୦୦ ରୁ ଅଧିକ ଜିଲ୍ଲାରେ କାର୍ଯ୍ୟ କରୁଥିବା ୨୫୦ ରୁ ଅଧିକ ଶିଶୁ ସୁରକ୍ଷା ସ୍ବେଛାସେବୀ ସଂଗଠନ ଅଂଶୀଦାରଙ୍କ ଜାତୀୟ ନେଟୱାର୍କ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ(JRC)ମେଣ୍ଟର ଏକ ଅଂଶୀଦାର ଅଟେ।ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ ମିତା ଶର୍ମା ଏହି ସମାରୋହରେ ଯୋଗ ଦେଇ ଓଡାପଡା କଲେଜ ପିଲାମାନଙ୍କୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ।ଜିଲ୍ଲାର ଶତାଧିକ ଗ୍ରାମବାସୀ,ଗ୍ରାମ ମୁଖିଆ,ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଣୀ ନିବେଦିତା ତ୍ରିପାଠୀ(CMPO),ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ,ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ଓ ମହିଳାମାନେ ଶପଥ ନେଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ବାଲ୍ୟ ବିବାହ ଉଚ୍ଛେଦ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନଭେମ୍ବର ୨୭ ତାରିଖରେ ଘୋଷଣା କରିଥିବା‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନର ପ୍ରତିକ୍ରିୟାରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।ସେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟକୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ ଏବଂ ଏହି ଅଭିଯାନ ୨୫ କୋଟି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଉନ୍ମୋଚନ ସମୟରେ ବାଲ୍ୟ ବିବାହକୁ ସହଜରେ ରିପୋର୍ଟ କରିବା ପାଇଁ ଏକ ଜାତୀୟ ପୋର୍ଟାଲ ମଧ୍ୟ ଉନ୍ମୋଚନ କରାଯାଇଥିଲା।ଦେଶବ୍ୟାପୀ ଅଭିଯାନ ଏବଂ ଏହା କିପରି ସେମାନଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ସେ ବିଷୟରେ ମନୋଜ କୁମାର ମହାପାତ୍ର ବିଶ୍ୱ ଯୁବ କେନ୍ଦ୍ର ର ନିର୍ଦେଶକ କହିଛନ୍ତି, ବାଲ୍ୟ ବିବାହ ବିଷୟରେ ସଚେତନତା ସୃଷ୍ଟି କରିବା,ଏପରି କୌଣସି ବିବାହକୁ ରୋକିବା ପାଇଁ ଆମେ ସରକାରୀ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ମୁଖ୍ୟଙ୍କ ସହ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଏହି ଅଭିଯାନ ଏହି ଲଢେଇରେ ଏକ ନୂତନ ଶକ୍ତି ଏବଂ ସମର୍ଥନ ଦେବ । ଏହା ଆମ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ମୁହୂର୍ତ୍ତ,କାରଣ ଆମେ ଦେଖୁଛୁ ଯେ ଏତେ ବର୍ଷ ଧରି ଆମେ ଯେଉଁ ଲଢ଼େଇ କରିଥିଲୁ ତାହା ଶେଷରେ ବାଲ୍ୟ ବିବାହର ଅନ୍ତ ସହିତ ଶେଷ ହେବାକୁ ଯାଉଛି । ବାଲ୍ୟ ବିବାହ ଅପରାଧରେ ସେ ଆଉ ନିରବ ରହିବେ ନାହିଁ ବୋଲି ଭାରତ ବିଶ୍ୱକୁ ଦେଖାଇଦେଇଛି ଏବଂ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଉପଯୁକ୍ତ ଶୈଶବ ସୁନିଶ୍ଚିତ କରିବା ପାଇଁ ଆମେ ଆମ ସାମର୍ଥ୍ୟ ଅନୁଯାୟୀ ସବୁ କିଛି କରିବୁ।ଉକ୍ତ କାର୍ଯ୍ୟକ୍ରମକୁ ଓଡାପଡା କଲେଜର ଇଂରାଜୀ ଅଧ୍ୟାପକ ବିଜୟ କୁମାର ସାହୁ ସଞ୍ଚlଳନ କରିଥିଲେ।କାର୍ଯ୍ୟକ୍ରମକୁ ସୁନ୍ଦର କରିବା ପାଇଁ ସହଯୋଗ କରିଥିଲେ ବିଶ୍ୱ ଯୁବ କେନ୍ଦ୍ର କର୍ମକର୍ତା ମନସ୍ମିତା ନାୟକ,ଅବିଷେକ ମହାପାତ୍ର ଓ ଗିରିଜା ନନ୍ଦନ ସାହୁ।
Recent Comments