logo
add image
ସାହିକୁ ନାହିଁ ରାସ୍ତା, ଯାଇ ପାରିଲାନାହିଁ ଆମ୍ବୁଲାନ୍ସ । ବିପଦପୂର୍ଣ୍ଣ ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚର ରେ ବୋହିଲେ ମାଲବାହୀ ଟ୍ରେନ ତଳେ।

ସାହିକୁ ନାହିଁ ରାସ୍ତା, ଯାଇ ପାରିଲାନାହିଁ ଆମ୍ବୁଲାନ୍ସ । ବିପଦପୂର୍ଣ୍ଣ ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚର ରେ ବୋହିଲେ ମାଲବାହୀ ଟ୍ରେନ ତଳେ।

ବଡ଼ବିଲ,୨୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ ସଞ୍ଜୟ ସିହ୍ନା)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଲହଣ୍ଡା ମୁଣ୍ଡାସାହିକୁ ଯିବା ପାଇଁ ସବୁ ଦିନିଆ ରାସ୍ତା ଖଣ୍ଡେ ନାହିଁ।ରେଳ ଧାରଣା ପାର ହେଲେଯାଇ ସାହିକୁ ଯାଇହେବ।ଏମିତିରେ ସାହି ଭିତରକୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇ ପାରିଲା ନାହିଁ।ଫଳରେ ରୋଗୀକୁ ଷ୍ଟ୍ରେଚର ବୋହି ରେଳ ଧାରଣା ପାରି ହେବା ପାଇଁ ଅପେକ୍ଷା କରିଥିଲେ।କିନ୍ତୁ ଅନେକ ସମୟ ଧରି ରେଳ ଧାରଣା ଉପରେ ଏକ ମାଲବାହୀ ଟ୍ରେନ ଅଟକି ରହିଥiଵା ଯୋଗୁଁ  ଅନ୍ୟ ଉପାୟ ନପାଇ ଜୀବନକୁ ବାଜି ଲଗାଇ ଟ୍ରେନ ତଳେ ଗଲି ପାରି ହୋଇଥିଲେ  ପରିବାର ଲୋକେ।ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁଯାୟୀ,ଯୋଡ଼ା ବ୍ଲକ୍ ଲହଣ୍ଡା ମୁଣ୍ଡାସାହିର ଗୋବିନ୍ଦ ମୁଣ୍ଡା,ଅସୁସ୍ଥ ଥିବାରୁ ବୁଧବାର ତାଙ୍କୁ ଚମ୍ପୁଆ ମେଡିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା।ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଲହଣ୍ଡାରେ ପହଞ୍ଚି ଥିଲା।କିନ୍ତୁ ଗ୍ମୁଣ୍ଡାସାହିକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ରୋଗୀଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂର ୫୨୦ ନମ୍ୱର ଜାତୀୟ ରାଜପଥରେ ଅଟକି ରହିଥିଲା।ଫଳରେ ଅନ୍ୟ ଉପାୟ ନ ପାଇ ପରିବାର ଲୋକେ  ଷ୍ଟ୍ରେଚର ସହାୟତାରେ ରୋଗୀଙ୍କୁ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ଚେଷ୍ଟା କରିଥିଲେ। ଏତିକିରେ କିନ୍ତୁ କଥା ସାରି ନଥିଲା।ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ସେଠାରେ ଅଟକି ରହିବା କାରଣରୁ ରୋଗୀଙ୍କୁ ନେବା ସମ୍ଭବ ହୋଇ ନଥିଲା।ଶେଷରେ ସେମାନେ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଷ୍ଟ୍ରେଚର ସହ ରୋଗୀକୁ ମାଲବାହୀ ଟ୍ରେନ ତଳେ ଗଳି ପାରକରିଥିଲେ

Recent Comments

Leave Comments

Top